କଳା ଓ ସଂସ୍କୃତି

କାର୍ତ୍ତିକେଶ୍ଵରଙ୍କ ପୂଜା ପାଇଁ ପ୍ରସ୍ତୁତି ଆରମ୍ଭ, ୧୫ଟି ମଣ୍ଡପରେ ପୂଜା ପାଇବେ ପ୍ରଭୁ କାର୍ତ୍ତିକ

By Angul TV Bureau

October 29, 2022

ଅନୁଗୁଳ : ସ୍ଥାନୀୟ ବଅଁରପାଳ ବ୍ଲକ ତୁରଙ୍ଗ ପଞ୍ଚାୟତର ପ୍ରସିଦ୍ଧ କାର୍ତ୍ତିକେଶ୍ଵର ପୂଜା ପାଇଁ ଜୋରଦାର୍ ପ୍ରସ୍ତୁତି ଚାଲିଛି। ଦୀର୍ଘ ବର୍ଷ ହେଲା ତୁରଙ୍ଗ ପଞ୍ଚାୟତରେ କାର୍ତ୍ତିକେଶ୍ଵର ପୂଜା ଅନୁଷ୍ଠିତ ହୋଇଆସୁଛି। କାର୍ତ୍ତିକ ମାସ ପଞ୍ଚୁକ ଅବସରରେ ଏହି ପୂଜା ଆୟୋଜିତ ହେଉଥିବାରୁ ସାରା ପଞ୍ଚାୟତ ଉତ୍ସବ ମୁଖର ହୋଇପଡ଼ିଥାଏ। ଚଳିତ ବର୍ଷ ପ୍ରାୟ ୧୫ ଗୋଟି ମଣ୍ଡପରେ ପୂଜା ପାଇବେ ପ୍ରଭୁ କାର୍ତ୍ତିକେଶ୍ଵର।

ଦେହୁରୀ ସାହି ଜଗନ୍ନାଥ କ୍ଲବ, ରାଜଧାନୀ ନଗର, ତ୍ରିଦେବ କ୍ଲବ, ଝକସ କ୍ଲବ, ନୀଳଚକ୍ର କ୍ଲବ, ଓଭର୍ ଟେକ୍ କ୍ଲବ, ମା’ ହିଙ୍ଗୁଳା ପୂଜା କମିଟି, ରତ୍ନ ନଗର ସାହି ପ୍ରମୁଖ ମଣ୍ଡପରେ ପ୍ରଭୁ କାର୍ତ୍ତିକେଶ୍ଵର ପୂଜା ପାଇବେ। ନଭେମ୍ୱର ୪ ରୁ ୮ ତାରିଖ ପର୍ଯ୍ୟନ୍ତ ୫ ଦିନ ଧରି କାର୍ତ୍ତିକ ପୂଜା ପାଇବେ। ନଭେମ୍ବର ୧୧ରେ ପଞ୍ଚାୟତରେ ମେଳଣ ଆୟୋଜିତ ହେବ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି।