ମୁଖ୍ୟ ଖବର

ନାକ ଟିମ୍‌ର ଆଭାସୀ ବୈଠକ ନେଇ ପ୍ରସ୍ତୁତି

By Biswaranjan Pattnaik

May 12, 2025

ଅନୁଗୁଳ: ଆସନ୍ତା ୧୯ ତାରିଖରେ ନାକ ଟିମ୍‌ର ଅନୁଗୁଳ‌ ମହାବିଦ୍ୟାଳୟର ବିଭିନ୍ନ ସାର୍ଟିଫିକେସନ୍ ନେଇ ଏକ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଥିଲା।ଏଥିରେ ପୁରାତନ ଛାତ୍ର ମାନେ ଅଂଶଗ୍ରହଣ କରି ବୈଠକର ବିଭିନ୍ନ ସମ୍ଭାବ୍ୟ ଦିଗ ଉପରେ ଆଲୋଚନା କରିଥିଲେ।

ମହାବିଦ୍ୟାଳୟର ଖେଳପଡିଆ,କମ୍ପ୍ୟୁଟର ଲାବ,ଲାଇବ୍ରେରୀ,ସେମିନାର ହଲ, ବିଭିନ୍ନ ସମୟରେ ଉନ୍ନତିମୂଳକ କାର୍ଯ୍ୟ ଯଥା ବୃକ୍ଷରୋପଣ,ରକ୍ତଦାନ ଶିବିର ଆଦିରେ ପୁରାତନ ଛାତ୍ର ମାନଙ୍କ ଅଂଶଗ୍ରହଣ,ମହାବିଦ୍ୟାଳୟ ପରିଚାଳନା ପାଣ୍ଠି ସଂଗ୍ରହ ଆଦି ନେଇ ଆଲୋଚନା ହୋଇଥିଲା।ବୈଠକରେ ମହାବିଦ୍ୟାଳୟ ଅଧ୍ୟକ୍ଷ ନିଳାଞ୍ଚଳ ପଟେଲଙ୍କ ସମେତ ଡ଼ା ସୁରେଶ ରାଜହଂସ,ଡ଼ା ମନୋରଞ୍ଜନ ମିଶ୍ର,ଡ଼ା ବସନ୍ତ କୁମାର ସାହୁ,ଡ଼ା ସୁଶାନ୍ତ ପ୍ରଧାନ,ଅଧ୍ୟାପିକା ଡ଼ା ସୁଜ୍ଞାନି ରଥ ଏବଂ ବହୁ ପୁରାତନ ଛାତ୍ର ଯୋଗ ଦେଇଥିଲେ।