ଅନୁଗୁଳ: ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାର ସୁବର୍ଣ୍ଣ ଜୟନ୍ତୀ ସମରୋହ ପାଳନ ନିମନ୍ତେ ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା। ଅନୁଗୁଳ ଶାନ୍ତି ଅନୁଭୂତି ଧାମ ପରିସରରେ ଆୟୋଜିତ ଏହି ସମ୍ମିଳନୀରେ ଅନୁଗୁଳ ଶାଖା ମୁଖ୍ୟ ବି କେ ମିନତୀ, ଉଷା ଭଉଣୀ ଓ ବିଜୟ ଭାଇ ପ୍ରମୁଖ ଯୋଗ ଦେଇ ବୈଠକ ସଂପର୍କରେ ଆଲୋଚନା ଯାଇଥିଲେ। ମିନତୀ ଭଉଣୀ ପ୍ରକାଶ କରିଥିଲେ କି ୧୯୩୭ ମସିହାରେ ଦେଶରେ ଏହି ସଂସ୍ଥା ଏକ ଅନ୍ତର୍ଜାତୀୟ ଏନଜିଓ ଭାବେ ଗଠିତ ହୋଇଥିଲା। ୧୯୭୩ ମସିହାରେ ଅଗଷ୍ଟ ୧୯ ତାରିଖରେ ଓଡିଶାରେ ଏହାର ଶାଖା ଖୋଲିଥିଲା। ଏହି ବିଶ୍ୱବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଆସନ୍ତା ୧୩ ତାରିଖରେ ସଭାଘରେ ଅନୁଷ୍ଠିତ ହେବ। ଏ ଅବସରରେ ଶାନ୍ତି ଶୋଭାଯାତ୍ରା, ସୁଖୀ ଜୀବନର ମୂଳ ମନ୍ତ୍ର ଉପରେ ଆଲୋଚନାଚକ୍ର ଆଦି ଅନୁଷ୍ଠିତ ହେବ। ଆଧ୍ୟାତ୍ମିକ କ୍ରାନ୍ତି ଦ୍ୱାରା ଚରିତ୍ର ଗଠନ କିଭଳି ହେବ ଏବଂ ଆତ୍ମା ଓ ପରମାତ୍ମାର ସମ୍ପର୍କ,ରାଜ ଯୋଗର ଉପକାରିତା ଉପରେ ଆଲୋଚନା ମଧ୍ୟ ଅନୁଷ୍ଠିତ ହେବ। ଉତ୍କଳ ଗଙ୍ଗା କମଲେଶ ଦିଦି ମଧ୍ୟ ଏଥରେ ଯୋଗ ଦେବେ। ଆଧ୍ୟାତ୍ମିକ ଚିନ୍ତାଧାରାରେ ବିଶ୍ୱାସ ରଖୁଥିବା ଭାଇ ଭଉଣୀ ମାନେ ଏଥିରେ ଅଂଶ ଗ୍ରହଣ କରିବାକୁ ଶାଖା ପକ୍ଷରୁ କୁହାଯାଇଛି।