ମୁଖ୍ୟ ଖବର

ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ପାଇଁ ପ୍ରସ୍ତୁତି ବୈଠକ ଆୟୋଜିତ

By Angul TV Bureau

March 06, 2026

ଅନୁଗୁଳ: ଆସନ୍ତା ମାର୍ଚ୍ଚ ୧୯ ତାରିଖରେ ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ପାଳନ ନିମନ୍ତେ ସ୍ଥାନୀୟ ବେଦ ଭବନଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ପାଳନ ସମିତିର ସଭାପତି ହେମନ୍ତ କୁମାର ଦାଶଙ୍କ ପୌରୋହିତ୍ୟରେ ଆୟୋଜିତ ବୈଠକରେ ଉତ୍ସବକୁ ଶୃଙ୍ଖଳିତ ଓ ବ୍ୟାପକ କରିବା ପାଇଁ ବିଧିବଦ୍ଧ ଯୋଜନା ପ୍ରସ୍ତୁତ କରାଯାଇଛି। କାର୍ଯ୍ୟକ୍ରମରେ ସ୍ୱାମୀ ସଚ୍ଚିଦାନନ୍ଦ ସରସ୍ବତୀ ମୁଖ୍ୟ ଅତିଥି ଭାବେ ଯୋଗ ଦେବାକୁ ଥିବାବେଳେ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି, ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଏବଂ ପଣ୍ଡିତ ମାତୃପ୍ରସାଦ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେବେ ବୋଲି ସ୍ଥିରୀକୃତ ହୋଇଛି।

ହିନ୍ଦୁ ନବବର୍ଷ କାର୍ଯ୍ୟକ୍ରମକୁ ସଫଳ କରିବା ଉଦ୍ଦେଶ୍ୟରେ ଏକ ପରିଚାଳନା କମିଟି ଗଠନ କରାଯାଇଛି। ଏହି କମିଟିରେ ବାସୁଦେବ ହୋତାଙ୍କୁ ମାର୍ଗଦର୍ଶକ, ହେମନ୍ତ କୁମାର ଦାଶଙ୍କୁ ସଭାପତି ଏବଂ ରୋହିତ କୁମାର ଦାଶ, ରାମକୃଷ୍ଣ ତ୍ରିପାଠୀ ଓ ଚନ୍ଦ୍ରକାନ୍ତ ଧଳଙ୍କୁ ଉପସଭାପତି ଭାବେ ଦାୟିତ୍ୱ ଅର୍ପଣ କରାଯାଇଛି। ସେହିପରି ପଦ୍ମ ଚରଣ ପ୍ରଧାନ ସମ୍ପାଦକ ଭାବେ ମନୋନୀତ ହୋଇଥିବା ବେଳେ ସହ ସମ୍ପାଦକ ଭାବେ ରବୀନ୍ଦ୍ର ଧର, ଚିତ୍ତ ରଞ୍ଜନ ମିଶ୍ର ଓ ଲଳିତ କୁମାର ଦାଶ ଏବଂ କୋଷାଧ୍ୟକ୍ଷ ଭାବେ କିଶୋର ଚନ୍ଦ୍ର ସାହୁ କାର୍ଯ୍ୟ କରିବେ। ଏହା ବ୍ୟତୀତ ଦ୍ୱାରିକା ପ୍ରସାଦ ନନ୍ଦ, ଅଭୟ ରାୟ, ମନୋଜ ଆଗ୍ରୱାଲ, ଅଶୋକ ଦାଶ, ରଞ୍ଜନ ବେହେରା ଓ ସ୍ମିତା ପଟ୍ଟନାୟକଙ୍କ ଭଳି ବହୁ ବିଶିଷ୍ଟ ବ୍ୟକ୍ତିଙ୍କୁ ସଭ୍ୟ ଭାବେ ମନୋନୀତ କରାଯାଇଛି।

ନବବର୍ଷର ପ୍ରଚାର ପ୍ରସାର ପାଇଁ ଜିଲ୍ଲାର ପ୍ରମୁଖ ସ୍ଥାନମାନଙ୍କରେ ଫ୍ଲେକ୍ସ ଲଗାଯିବା ସହ ବ୍ୟାପକ ଭାବେ ଲିଫଲେଟ୍ ବଣ୍ଟନ ଓ ପ୍ରଚାର ଗାଡ଼ି ବୁଲିବା ନେଇ ବୈଠକରେ ନିଷ୍ପତ୍ତି ହୋଇଛି। ବୈଠକରେ ବିଜୟ ମୋଦୀ, ବିଜୟ ସାହୁ, ପ୍ରକାଶ ଧର, ପ୍ରଣତି କବିଶତପଥୀ ଓ ବସନ୍ତ ବେହେରାଙ୍କ ସମେତ ଅନେକ ସଭ୍ୟ ଉପସ୍ଥିତ ରହି ଆଗାମୀ ଉତ୍ସବକୁ ସଫଳ କରିବା ପାଇଁ ସଂକଳ୍ପ ନେଇଛନ୍ତି।