ଅନ୍ୟାନ୍ୟ

କଂଗ୍ରେସ ପକ୍ଷରୁ ୟଙ୍ଗ ଇଣ୍ଡିଆ ବୋଲ ପ୍ରସ୍ତୁତି

By Biswaranjan Pattnaik

April 26, 2022

ଅନୁଗୁଳ: ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ୟଙ୍ଗ ଇଣ୍ଡିଆ ବୋଲ କାର୍ଯ୍ୟକ୍ରମ ନେଇ ଏକ ସାମ୍ବାଦିକ ସମ୍ମିଳନୀ ମଙ୍ଗଳବାର ସ୍ଥାନୀୟ ଏକ ହୋଟେଲରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଯୁବ କଂଗ୍ରେସ ରାଜ୍ୟ ସଭାପତି ସ୍ମୃତି ରଂଜନ ଲେଙ୍କା, ଯୁବ କଂଗ୍ରେସ ରାଷ୍ଟ୍ରୀୟ ପ୍ରବକ୍ତା ଶ୍ରୀମତୀ ନମ୍ରତା ସୋନି ରାଜ୍ୟ ଉପସଭାପତି ବିମଳ ବେହେରା, ଓବିସି ସେଲ ସଭାପତି ଜିତେନ୍ଦ୍ର ସାହୁ, ଜିଲ୍ଲା ସଭାପତି ଲୁଟୁ ରଂଜନ ଥାପା ସମ୍ପାଦକ ରାକେଶ ମିଶ୍ର, ଆଶୁତୋଷ ଲେଙ୍କା, ପ୍ରବୋଧ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ୟଙ୍ଗ ଇଣ୍ଡିଆ ବୋଲ କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ପଞ୍ଜିକରଣ ଉପରେ ଆଲୋକପାତ କରିଥିଲେ। ରାଜ୍ୟ ସଭାପତି ଶ୍ରୀ ଲେଙ୍କା ଅନୁଗୁଳ ଜିଲ୍ଲାରେ ଥିବା ଖଣି ଖଦାନ ଏବଂ ଶିଳ୍ପ ଗୁଡିକରେ ସ୍ଥାନୀୟ ଯୁବକମାନଙ୍କୁ ନିଯୁକ୍ତି ନମିଳିବା ଏବଂ ୫୫ ନମ୍ୱର୍ ଜାତୀୟ ରାଜପଥର ଦୂରବସ୍ଥା ନେଇ ସିଧା ସଳଖ ରାଜ୍ୟ ସରକାରଙ୍କୁ ଦାୟୀ କରିଥିଲେ। ଏହାର ତୁରନ୍ତ ସମାଧାନ ନହେଲେ ଆଗାମୀ ଦିନରେ ଯୁବ କଂଗ୍ରେସ ରାଜ ରାସ୍ତାକୁ ଓହ୍ଲାଇବ ବୋଲି ଚେତାଇ ଦେଇଥିଲେ।