ଅନ୍ୟାନ୍ୟ

ଜିଲ୍ଲା ୱେବ୍ ମିଡ଼ିଆ ମହାସଂଘ ପକ୍ଷରୁ ଜାତୀୟ ପ୍ରେସ ଦିବସ ପ୍ରସ୍ତୁତି

By Angul TV Bureau

November 12, 2022

ଅନୁଗୁଳ: ଅନୁଗୁଳ ଜିଲ୍ଲା ୱେବ୍ ମିଡିଆ ମହାସଂଘ ପକ୍ଷରୁ ନଭେମ୍ବର ୧୬ ଜାତୀୟ ପ୍ରେସ ଦିବସ ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ମହାସଂଘର ସଭାପତି ଶଶାଙ୍କ ଶେଖର ସାମଲଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସମସ୍ତ ସଦସ୍ୟ ମତ ପ୍ରକାଶ କରିଥିଲେ।

ଜାତୀୟ ପ୍ରେସ୍ ଦିବସ ଅବସରରେ ସାମାଜିକ କାର୍ଯ୍ୟ ତଥା ସେବା ଓ ସଚେତନତା ବାର୍ତ୍ତାପ୍ରେରଣ, ସାମ୍ବାଦିକଙ୍କ ଜୀବନ ଶୈଳୀ, ଗୁରୁତ୍ୱ, ଜନସାଧାରଣଙ୍କ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କକୁ ନେଇ ଆଲୋଚନା କରାଯିବାକୁ ନିଷ୍ପତ୍ତି ନିଆଯାଇଛି। କାର୍ଯ୍ୟକ୍ରମରେ ପ୍ରତିଭା ସମ୍ପନ୍ନ ବ୍ୟକ୍ତିତ୍ୱଙ୍କୁ ମଧ୍ୟ ସମ୍ମାନିତ କରାଯିବ ବୋଲି ଉପସ୍ଥିତ ଅତିଥିମାନେ ମତ ବ୍ୟକ୍ତ କରିଥିଲେ।