ଅନ୍ୟାନ୍ୟ

ଆଠମଲ୍ଲିକରେ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ, ସହଯୋଗ କାମନା କଲେ ଉପଜିଲ୍ଲାପାଳ

By Angul TV Bureau

April 18, 2023

ଆଠମଲ୍ଲିକ : ଆଠମଲ୍ଲିକ ସଦର ମହକୁମାରେ ଚଳିତବର୍ଷ ପାଳିତ ହେବାକୁ ଥିବା ରଥଯାତ୍ରା ଉତ୍ସବ ପାଇଁ ଉପଜିଲ୍ଲାପାଳ ତଥା ଦେବୋତ୍ତର ବିଭାଗ ସଭାପତି ତରଣୀ ସୁନାଙ୍କ ଅଧ୍ୟକ୍ଷତାରେ ସୋମବାର ତହସିଲ ସଭାଗୃହରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି।

ରଥଯାତ୍ରା ପୂର୍ବରୁ ରଥକୁ ମରାମତି କରାଯିବା ସହ ଆବଶ୍ୟକ ହେଉଥିବା କାଠ ପାଇଁ ବୈଠକରେ ଉଦବେଗ ପ୍ରକାଶ ପାଇଥିଲା। ସଭ୍ୟମାନଙ୍କ ଅନୁରୋଧ କ୍ରମେ ରଥ ମରାମତି କରୁଥିବା ବଢ଼େଇ ସହ ଆଲୋଚନା କରି କେତେ କାଠ ଆବଶ୍ୟକ ସେ ସମ୍ବନ୍ଧରେ ଆକଳନ କରାଯାଇ ଉକ୍ତ କାଠକୁ ତୁରନ୍ତ ଯୋଗାଇଦେବାକୁ ଜଙ୍ଗଲ ବିଭାଗକୁ ପତ୍ର ମାଧ୍ୟମରେ ଅନୁରୋଧ କରାଯିବାକୁ ମତ ପ୍ରକାଶ ପାଇଥିଲା। ଆଇନଶୃଙ୍ଖଳା ରକ୍ଷା ପାଇଁ ପୋଲିସର ସହଯୋଗ ପାଇଁ ବିଭାଗୀୟ ଅଧିକାରୀଙ୍କୁ ଅନୁରୋଧ କରାଯାଇଥିଲା। ରଥଯାତ୍ରାକୁ ସୁରୁଖୁରୁରେ ପାଳନ କରାଯିବାକୁ ଉପଜିଲ୍ଲାପାଳ ଉପସ୍ଥିତ ସମସ୍ତ ବିଭାଗୀୟ ଅଧିକାରୀ, ଉପଦେଷ୍ଟା ସଭ୍ୟ ଓ ସମସ୍ତ ସଦସ୍ୟଙ୍କ ସହଯୋଗ କାମନା କରିଥିଲେ। ଶେଷରେ ଭାରପ୍ରାପ୍ତ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ତଥା ସହକାରୀ ଜିଲ୍ଲାପାଳ କୁଳମଣି ଦଳେଇ ଧନ୍ୟବାଦ ଅର୍ପଣ କରିଥିଲେ।