ଅନ୍ୟାନ୍ୟ

ଅନୁଗୁଳ ସାହିତ୍ୟ ମହୋତ୍ସବ ନେଇ ପ୍ରସ୍ତୁତି ବୈଠକ

By Biswaranjan Pattnaik

January 10, 2026

ଅନୁଗୁଳ: ଜିଲ୍ଲାରେ ଆସନ୍ତା ମାର୍ଚ୍ଚ ମାସରେ ଏକ ସାହିତ୍ୟ ମହୋତ୍ସବ ଆୟୋଜନ କରିବା ନେଇ ଏକ ପ୍ରସ୍ତୁତି ବୈଠକ ନବଜୀବନ ମଣ୍ଡଳ ପରିସରରେ ଆୟୋଜିତ ହୋଇଯାଇଛି। ଏହି ମହୋତ୍ସବକୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଉଦ୍ଘାଟନ ପାଇଁ ଆମନ୍ତ୍ରଣ କରାଯିବ ବୋଲି ନିଷ୍ପତ୍ତି ନିଆ ଗଲା। ସ୍ଥାନୀୟ କମିଟି ଓ ଧଉଳି ରିଭ୍ୟୁ ଟ୍ରଷ୍ଟର ମିଳିତ ଆନୁକୁଲ୍ୟରେରେ ଦୁଇ ଦିନିଆ ଏହି ମହୋତ୍ସବ ଆୟୋଜିତ ହେବ।

ରାଜ୍ୟ ଓ ଦେଶ ବାହାରୁ ବହୁ ଯୁବ ଓ ପ୍ରବୀଣ କବି, ଗାଳ୍ପିକ, ସମାଲୋଚକ ଏଥିରେ ଯୋଗ ଦେବେ। ଶୁକ୍ରବାର ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ଶିକ୍ଷାବିତ୍ ଶାନ୍ତନୁ କୁମାର ସର,ପଣ୍ଡିତ ମହେଶ ସାହୁ,ଡ଼ା ରମା ମଞ୍ଜରୀ ସାହୁ,ଡ଼ା ଦଧିବାମନ ପ୍ରଧାନ,ବିଜୟ କୁମାର ମୋଦୀ,ରାଧାକାନ୍ତ ମହାନ୍ତି,ମନୋଜ କୁମାର ବେହେରା,ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ,ଶିବରାମ ମିଶ୍ର,ଅସିତ୍ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ସୁଚିନ୍ତିତ ମତାମତ ଦେଇଥିଲେ ।