ଅନ୍ୟାନ୍ୟ

ଏପ୍ରିଲ ୨୮ରୁ ଅନୁଗୁଳରେ ଅନୁଷ୍ଠିତ ହେବ ଜାତୀୟ ଟାଇବକ୍ସ ପ୍ରତିଯୋଗିତା, ୩୦ ଯାଏଁ ଚାଲିବ

By Angul TV Bureau

March 20, 2023

ଅନୁଗୁଳ: ନାଲକୋ ସାରେଗାମା ଭବନ ଠାରେ ଜାତୀୟସ୍ତରୀୟ ଟାଇ ବକ୍ସ ପ୍ରତିଯୋଗିତା ନିମନ୍ତେ ପ୍ରସ୍ତୁତି ବୈଠକ ରବିବାର ଅନୁଷ୍ଠିତ ହୋଇଛି। ରାଜ୍ୟ ଉପସଭାପତି ଦୁଷ୍ମନ୍ତ କୁମାର ନାଥଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ଆସନ୍ତା ଏପ୍ରିଲ ୨୮ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ଜାତୀୟ ଟାଇବକ୍ସ ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି ଜାତୀୟ ସଭାପତି ବିଭୂତି ଭୂଷଣ ବେହେରା ସୂଚନା ଦେଇଥିଲେ।

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜାତୀୟ ସଭାପତି ବିଭୂତି ଭୂଷଣ ବେହେରା, ଉପସଭାପତି ଗଙ୍ଗାଧର ସାହୁ, ରାଜ୍ୟ ଉପ ସଭାପତି ଅନୀଲ ରାଉଳ, ରାଜ୍ୟ କୌଶଳ ପ୍ରଶିକ୍ଷକ ସୁଶାନ୍ତ କୁମାର ନାୟକଙ୍କ ସହ ଜାତୀୟ ଖେଳାଳି (କନ୍ୟାରତ୍ନ ପ୍ରାପ୍ତ) ଜସ୍ମିନ ସାହୁ, ଶ୍ରଦ୍ଧା ସ୍ୱାଇଁ, ଶ୍ରଦ୍ଧା ସିଂହ, ତପସ୍ୱିନୀ ପ୍ରଧାନ, ଚିତ୍ତରଂଜନ ମହନ୍ତ, ପ୍ରୀତମ ସାହୁ, ଲଳିତ ମୋହନ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।