ଅନ୍ୟାନ୍ୟ

ଲକ୍ଷ୍ମୀ ବଜାର ଗଜଲକ୍ଷ୍ମୀ ପୂଜା ନିମନ୍ତେ ପ୍ରସ୍ତୁତି ବୈଠକ

By Angul TV Bureau

August 27, 2026

ଅନୁଗୋଳ: ଲକ୍ଷ୍ମୀ ବଜାରସ୍ଥିତ ଶ୍ରୀ ଶ୍ରୀ ଗଜଲକ୍ଷ୍ମୀ ପୂଜା ସମିତିର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ୧୯୬୦ ମସିହାରୁ ଧାର୍ମିକ ଓ ସାମାଜିକ ପରମ୍ପରା ବଜାୟ ରଖି ଆସୁଥିବା ଏହି ପୂଜାକୁ ଚଳିତ ବର୍ଷ ଅଧିକ ଆକର୍ଷଣୀୟ ଓ ସୁସଂଗଠିତ କରିବାକୁ ନିଷ୍ପତ୍ତି ହୋଇଛି।

ବୈଠକରେ ଆୟ-ବ୍ୟୟ, ସୁନା-ରୂପା ଗହଣା ହିସାବ, ନୂଆ କର୍ମକର୍ତା ଚୟନ ଏବଂ ନୂଆ ଡେକୋରେସନ୍ ଓ ଡିଜାଇନ୍ ସମ୍ପର୍କରେ ଆଲୋଚନା ହୋଇଥିଲା। ଗତବର୍ଷ ତୁଳନାରେ ଚଳିତ ବର୍ଷ ସାଜସଜ୍ଜାରେ ନୂତନତ୍ୱ ଓ ସୃଜନଶୀଳତା ଆଣି ପୂଜାକୁ ଅଧିକ ଭବ୍ୟ ଓ ଶୃଙ୍ଖଳିତ ଭାବେ ଆୟୋଜନ କରାଯିବ ବୋଲି ସମିତି କହିଛି।

ଏହି ବୈଠକରେ ସଭାପତି ଭରତ କୁମାର ସାହୁ, ଉପସଭାପତି ତପନ କୁମାର ସାହୁ, ସୌମ୍ୟ ରଞ୍ଜନ ସାହୁ ଓ ସୁବାଶିଷ କର, ସମ୍ପାଦକ ଜ୍ୟୋତି ରଞ୍ଜନ ସାହୁ, ଯୁଗ୍ମ ସମ୍ପାଦକ ଆଦର୍ଶ କୁମାର ସାହୁ ଓ ଆକାଶ ମହାରଣା, କୋଷାଧ୍ୟକ୍ଷ ବିକାଶ କୁମାର ଅଗ୍ରୱାଲଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ରହି ପୂଜାକୁ ଗୌରବମୟ କରିବାକୁ ସଂକଳ୍ପ ନେଇଥିଲେ।