ଅନ୍ୟାନ୍ୟ

ଜୁନ୍ ୨୧ରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ, ବହୁ ସଂଖ୍ୟାରେ ଯୋଗ ଦେବାକୁ ଆହ୍ୱାନ

By Angul TV Bureau

June 09, 2023

ଅନୁଗୁଳ: ପତଞ୍ଜଳି ଯୋଗ ସମିତି ଆହ୍ବାନ କ୍ରମେ ଜୁନ୍ ୨୧ରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକn ସ୍ଥାନୀୟ ଗାନ୍ଧୀମାର୍ଗ ସ୍ଥିତ ଶିଶୁ ମନ୍ଦିରରେ ଅନୁଷ୍ଠିତ ହୋଇଛି।

ପତଞ୍ଜଳି ଯୋଗ ସମିତିର ସଭାପତି ଯୋଗାଚାର୍ଯ୍ୟ ଅଭୟ ରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଭିନ୍ନ ଆଧ୍ୟାତ୍ମିକ ଓ ସାମାଜିକ ଅନୁଷ୍ଠାନର ସଦସ୍ୟ ଯୋଗ ଦେଇଥିଲେ।

ବୈଠକରେ ଜୁନ୍ ୧୮ ତାରିଖ ରବିବାର ଯୋଗର ଉପକାରିତା ସମ୍ବନ୍ଧୀୟ ସଚେତନତା ଶୋଭାଯାତ୍ରା ସହର ପରିକ୍ରମା କରିବା ସହ ଜୁନ୍ ୨୧ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ପାଳନ କରାଯିବା ନେଇ ଆଲୋଚନା ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ଲୋକ ଯୋଗ ଦେବାକୁ ଆହ୍ୱାନ କରାଯାଇଛି।

ଆଜିର ବୈଠକରେ ପ୍ରଜାପିତା ବ୍ରହ୍ମ କୁମାରୀ ଈଶ୍ଵରୀୟ ବିଶ୍ବବିଦ୍ୟାଳୟ, ସତ୍ୟସାଇ ସେବା ସମିତି, ପୁରାତନ ଛାତ୍ର ସଂସଦ, ଭାରତୀ ବିକାଶ ପରିଷଦ, କଳାକାର, ଯୁବଶକ୍ତି, ମହର୍ଷି ଦୟାନନ୍ଦ ସର୍ଭିସ୍ ମିଶନ୍, ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ, ଜେସିଆଇ, ଗାୟତ୍ରୀ ପରିବାର, ଚେତନାଶ୍ରୀ ସାହିତ୍ୟ ସଂସଦ, ଟାଇକୋଣ୍ଡୋ ସଂଗଠନ, ଆର୍ଯ୍ୟ ସମାଜ, ପୂଜା କମିଟି, ଭାରତୀୟ ଯୋଗ ସଂସ୍ଥାନ ସହିତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।