ଅନ୍ୟାନ୍ୟ

ଚଣ୍ଡୀଖମଣ ମନ୍ଦିର ମହାଶିବରାତ୍ରି ପାଳନ ପ୍ରସ୍ତୁତି

By Angul TV Bureau

February 25, 2025

ଅନୁଗୁଳ: ଅନୁଗୁଳ କାଙ୍ଗୁଲା ସ୍ଥିତ ଚଣ୍ଡୀଖମଣ ଶ୍ରୀ ଚମ୍ପେଶ୍ବର ମହାଦେବଙ୍କ ମନ୍ଦିରରେ ଆସନ୍ତା ୨୬ ତାରିଖ ବୁଧୁବାର ଦିନ ମହାଶିବରାତ୍ରି ପାଳନ କରିବା ନିମନ୍ତେ ପ୍ରସ୍ତୁତି ବୈଠକ ସଭାପତି ଗିରିଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି। ମନ୍ଦିର ପାରିପାର୍ଶ୍ବ ସଫେଇ କାର୍ଯ୍ୟ ସହିତ ଆବଶ୍ୟକୀୟ ପୂଜା ସାମଗ୍ରୀ ଓ ସାଜସଜ୍ଜା ନିମନ୍ତେ ସମସ୍ତ ପ୍ରସ୍ତୁତିପର୍ବ ଆରମ୍ଭ ହୋଇସାରିଛି। ଶାନ୍ତି ଶୃଙ୍ଖଳାର ବଜାୟ ରଖିବା ଓ ଶ୍ରଦ୍ଧାଳୁ ମାନଙ୍କୁ ପ୍ରଦୀପ ପ୍ରଜ୍ବଳନ, ପାନୀୟ ଜଳ ବ୍ୟବସ୍ଥା କରିବାରେ ସମ୍ପୂର୍ଣ୍ଣ ସହଯୋଗ କରିବା ଇତ୍ୟାଦି ମନ୍ଦିର ପରିଚାଳନା ସମିତିର ଓ ପୂଜକ ମାନଙ୍କର ଦାୟିତ୍ବ ରହିବ ବୋଲି ସଭାପତି ଆଲୋଚନା କରିଥିଲେ ।

ନାମ ସଂକୀର୍ତ୍ତନ ସାଙ୍ଗକୁ ବ୍ରାହ୍ମ ମୂହୁର୍ତ୍ତ ୪ ଘଟିକାରେ ମନ୍ଦିର ଉପରକୁ ମହାଦୀପ ଉଠିବାର ସମୟ ନିର୍ଦ୍ଧାରଣ କରାଯାଇଅଛି ବୋଲି ସୂଚନା ଦିଆଯାଇଅଛି ।