ମୁଖ୍ୟ ଖବର

ପେଣ୍ଟିଂରେ ଅନୁଗୁଳ ଛାତ୍ରଙ୍କୁ ରାଷ୍ଟ୍ରପତି ପୁରସ୍କାର

By Biswaranjan Pattnaik

December 20, 2023

ଅନୁଗୁଳ: ଉର୍ଜା ସଂରକ୍ଷଣ ଉପରେ ଆୟୋଜିତ ରାଜ୍ୟ ସ୍ତରୀୟ ପେଣ୍ଟିଂ ପ୍ରତିଯୋଗିତାରେ ଦ୍ଵିତୀୟ ସ୍ଥାନ ଅଧିକାର କରି ମହାମହିମ ରାଷ୍ଟ୍ରପତିଙ୍କ ଠାରୁ ପୁରସ୍କୃତ ହୋଇଛନ୍ତି ଅନୁଗୁଳ ତାଳଚେର ଜଗନ୍ନାଥ ଏରିଆ ଡିଏଭି ପବ୍ଲିକ ସ୍କୁଲ ଅଷ୍ଟମ ଶ୍ରେଣୀ ଛାତ୍ର ଆଶୀର୍ବାଦ ଦାସ। ବାପା ଏମସିଏଲ କର୍ମଚାରୀ ତପନ ଦାସ ଏବଂ ମା ରୋଜାଲିନ ଦାସଙ୍କ ପୁଅ ଆଶୀର୍ବାଦ ପିଲାଦିନୁ ପେଣ୍ଟିଂ ପ୍ରତି ରୁଚି ରଖିଛନ୍ତି।ପେଶା ଯାହା ହେଉନା କାହିଁକି ଚିତ୍ରକଳାକୁ ନିଶା ଭାବେ ରଖି ଆଗକୁ ଆହୁରି ପରିଶ୍ରମ କରିବେ ବୋଲି କହିଛନ୍ତି ଆଶୀର୍ବାଦ। ଦିଲ୍ଲୀର ବିଜ୍ଞାନ ଭବନରେ ଗତ ୧୪ ତାରିଖ ରେ ତାଙ୍କୁ ଏହି ପୁରସ୍କାର ଦିଆଯାଇଥିବା ବେଳେ କେନ୍ଦ୍ର ଶକ୍ତି ବିଭାଗର ଉଚ୍ଚ ଅଧିକାରୀ ଓ ମନ୍ତ୍ରୀ ଉପସ୍ଥିତ ଥିଲେ।