ମୁଖ୍ୟ ଖବର

ଅସନ୍ତୁଷ୍ଟ ବିଜେଡି କାଉନସିଲରଙ୍କ ସାମ୍ବାଦିକ ସମ୍ମିଳନୀ

By Biswaranjan Pattnaik

October 06, 2026

ଅନୁଗୋଳ: ଆଜି ପୂର୍ବାହ୍ନରେ ବିଜେଡି ଦଳୀୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଅନୁଗୋଳର ପୂର୍ବତନ ମନ୍ତ୍ରୀ ରଜନୀକାନ୍ତ ସିଂହଙ୍କ ସଭାପତିତ୍ବରେ ଆୟୋଜିତ ଏହି।ସମ୍ମିଳନୀରେ ଅନୁଗୋଳ ପୌରପାଳିକାର ବହୁ ବିଜେଡି କାଉନସିଲର ଯୋଗ ଦେଇଥିଲେ। ସେମାନେ ଅଭିଯୋଗ କରିଥିଲେ ଯେ ସେମାନଙ୍କ ୱାର୍ଡରେ କୌଣସି ନିର୍ମାଣ କାର୍ଯ୍ୟ ହେଉନାହିଁ କେବଳ ବିଜେପି ୱାର୍ଡରେ କାର୍ଯ୍ୟ କରାଯାଉଛି ଯାହା କି ପକ୍ଷପାତ ମୂଳକ।

ଆବାସ ଯୋଜନା ଓ ମୁଖ୍ୟମନ୍ତ୍ରୀ ସହରୀ ଯୋଜନାରେ ମଧ୍ୟ କାମ ହେଉ ନାହିଁ ବୋଲି ସେମାନେ ଅଭିଯୋଗ କରିଥିଲେ। ଭେନଡିଂ ଜୋନ୍ ନିର୍ମାଣ ସରିଥିଲେ ମଧ୍ୟ ତାହା ବଣ୍ଟନ ହେଉ ନଥିବା କାଉନସିଲର ମାନେ ଅଭିଯୋଗ କରିଥିଲେ। ଏହି ସବୁ ଅଭିଯୋଗ ନେଇ ସେମାନେ ଜିଲ୍ଲାପାଳଙ୍କୁ ଭେଟିବେ ବୋଲି କହିଥିଲେ। ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଯୁବ ନେତା ଅରୁଣାଭ ସିଂହ, କାଉନସିଲର ସଦାନନ୍ଦ ପଣ୍ଡା, ସତ୍ୟନାରାୟଣ ସାହୁ, ସୁଶୀଲ ମୁଖୀ ଓ ଅନ୍ୟ ମହିଳା ସଦସ୍ୟ ମାନେ ଯୋଗ ଦେଇଥିଲେ ।