ମୁଖ୍ୟ ଖବର

ଫାଇଲେରିଆ ନିରାକରଣ ନେଇ ସାମ୍ବାଦିକ ସମ୍ମିଳନୀ

By Biswaranjan Pattnaik

August 08, 2023

ଅନୁଗୁଳ: ଫାଇଲେରିଆ ନିରାକରଣ କାର୍ଯ୍ୟକ୍ରମ ଏବଂ ସାମୁହିକ ଔଷଧ ସେବନ ଉପରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସଭା କକ୍ଷରେ ଆୟୋଜିତ ଏହି ସମ୍ମିଳନୀକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା ତ୍ରିଲୋଚନ ପ୍ରଧାନ ଉଦ୍‌ଘାଟନ କରିବା ଶହ ଫାଇଲେରିଆ ରୋଗ ନିରାକରଣ କାର୍ଯ୍ୟକ୍ରମର ସବିଶେଷ ବିବରଣୀ ପ୍ରଦାନ କରିଥିଲେ। ଜିଲ୍ଲା ମ୍ୟାଲେରିଆ ଅଧିକାରୀ ଡା ପୂର୍ଣ୍ଣିମା ଉଦ‌୍‌ଗାତା ଫାଇଲେରିଆ ରୋଗ କ୍ୟୁଲେକ୍ସ ମଶା ଦ୍ଵାରା କିଭଳି ବ୍ୟାପିଥାଏ ଏବଂ ଏହାର ଜୀବାଣୁ ଶରୀରରେ ପ୍ରବେଶ କରିବାର ଦଶ ରୁ ପନ୍ଦର ବର୍ଷ ପରେ ବାହାରିଥାଏ। ଗୋଡହାତ, ଅଣ୍ଡକୋଷ ଆଦି ଏହାଦ୍ବରା ଫୁଲିଥାଏ। ଗୋଦରା ଗୋଡର ଯତ୍ନ ନିଆ ଯିବା ସହ ସାମୁହିକ ଔଷଧ ସେବନ କଲେ ସମାଜରୁ ଫାଇଲେରିଆ ନିର୍ମୂଳ ହୋଇପାରିବ। ଦୁଇ ବର୍ଷରୁ କମ ଶିଶୁ,ବୃଦ୍ଧ ବୃଦ୍ଧା ଏବଂ ଗୁରୁତର ରୋଗୀ ଏବଂ ଗର୍ଭବତୀ ମହିଳା ଏହି ଔଷଧ ଖାଇବେ ନାହିଁ। ଚଳିତ ବର୍ଷ ପାଞ୍ଚଟି ବ୍ଲକ ଏବଂ ଅନୁଗୁଳ ଓ ଆଠମଲ୍ଲିକ ପୌରାଞ୍ଚଳରେ ସାମୁହିକ ଔଷଧ ବଣ୍ଟନ କରାଯିବା। ଡିଇସି ବଟିକା,ଆଲବେଣ୍ଡଯଲ ଓ ଆଇଭରମେକ୍‌ ଟିଁନ ବଟିକା ବୟସ ଅନୁପାତରେ ଖାଇବାକୁ ଦିଆଯିବ। ଅଗଷ୍ଟ ୧୦ ତାରିଖରୁ ୨୦ ତିଖ ଯାଏ ଏହି ସାମୁହିକ ଔଷଧ ବଣ୍ଟନ କରାଯିବ।

ଆଶା ଓ ଅନ୍ୟ ସ୍ବାସ୍ଥ୍ୟ କର୍ମୀମାନେ ଘର ଘର ବୁଲି ଏହି ଔଷଧ ବଣ୍ଟନ କରିବେ। ଏହି ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ ଟିବି ଅଧିକାରୀ ଡା ବିଶ୍ୱପ୍ରକାଶ ମହାନ୍ତି, ଭିବିଡି ଅଧିକାରୀ ନିରୁପମା ଦାସ୍‌,ଜିଲ୍ଲା ସୂଚନା ଅଧିକାରୀ କୈଳାଶ ବେହେରା ପ୍ରମୁଖ‌ ଉପସ୍ଥିତ ଥିଲେ।