ମୁଖ୍ୟ ଖବର

ଗୀତାଗ୍ରାମର ବିଭିନ୍ନ ସମସ୍ୟା ନେଇ ଗାଁ ଲୋକଙ୍କ ସାମ୍ବାଦିକ ସମ୍ମିଳନୀ

By Biswaranjan Pattnaik

August 06, 2023

ଅନୁଗୁଳ: ଅନୁଗୁଳ ସହର ଉପକଣ୍ଠରେ ଅବସ୍ଥିତ ଏଭଳି ଏକ ଅଞ୍ଚଳ ଅଛି ଯାହା ପଞ୍ଚାୟତରେ ଯାଉନାହିଁ କି ଅନୁଗୁଳ ପୌର ପାଳିକାରେ ଯାଉନାହିଁ।ଦଶନ୍ଧି ଦଶନ୍ଧି ଧରି ଏହି ଅଞ୍ଚଳର ଅଧିବାସୀ ବହୁ କଷ୍ଟ ଓ ସମସ୍ୟା ମଧ୍ୟରେ ରହୁ ଥିଲେ ମଧ୍ୟ ତାଙ୍କ କଥା ବୁଝୁଛନ୍ତି ନା ସରକାରୀ ଲୋକ ନା ରାଜନେତା।

ତେଣୁ ଆଜି ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଗାଁର ପୁରୁଖା ଲୋକମାନେ ଗଣ ମାଧ୍ୟମର ଦୃଷ୍ଟି ଆକର୍ଷଣ କରିଛନ୍ତି। ସେମାନଙ୍କର ଅଭିଯୋଗ ହେଲା ଗୀତାଗ୍ରାମ ଦେଇ ଅନୁଗୁଳ ଷ୍ଟେଶନକୁ ଯାଇଥିବା ରାସ୍ତାଟି ନଷ୍ଟ ହୋଇଗଲାଣି।ରାସ୍ତାରେ ଅନେକ ଗର୍ତ୍ତ ସୃଷ୍ଟି ହୋଇଛି। ରାଣୀଗୁଡ଼ା ପମ୍ପହାଉସ ଠାରୁ ଓଏସଆଇସି ଛକ ପର୍ଯ୍ୟନ୍ତ ରାସ୍ତା ମଧ୍ୟ ନଷ୍ଟ ହୋଇଯାଇଛି। ଏହି ରାସ୍ତା ଦେଇ କୁରୁଡୋଲ,ତାଳଚେର ଅଞ୍ଚଳର ବହୁ ଲୋକ ଅନୁଗୁଳ ସହରକୁ ଆସୁଛନ୍ତି। ରାସ୍ତା ନଷ୍ଟ ହେତୁ ବହୁ ଦୁର୍ଘଟଣା ଘଟୁଛି। ତିଅର ସାହିରୁ ଚକ୍ରାଘାଇ ରାସ୍ତା ଅବସ୍ଥା ମଧ୍ୟ ଏକାଭଳି। ଏହା ଛଡା ଡ୍ରେନ ବ୍ୟବସ୍ଥା ଗାଁରେ ନାହିଁ ତେଣୁ ରାସ୍ତା ଶୀଘ୍ର ନଷ୍ଟ ହେଇଯାଉଛି। ଡ୍ରେନ ନ ଥିବାରୁ ଘରର ଆବର୍ଜନା ପାଣି ଏଣେ ତେଣେ ଜମି ଏହି ପୁତି ଗନ୍ଧମୟ ପରିବେଶ ସୃଷ୍ଟି କରୁଛି। ଏହି ସମସ୍ୟା ନେଇ ଯାହା ପାଖକୁ ଗଲେ ମଧ୍ୟ ଗ୍ରାମବାସୀଙ୍କ କଥା କେହି ଶୁଣୁ ନ ନଥିବା ଲୋକେ ଅଭିଯୋଗ କରିଛନ୍ତି। ଗଣତାନ୍ତ୍ରିକ ରାଷ୍ଟ୍ରରେ ଏଭଳି ଅସଙ୍ଗତି ଅଭୂତପୂର୍ବ ବୋଲି ଗାଁର ପୁରୁଖା ଲୋକ ମାନେ ଅଭିଯୋଗ କରିଛନ୍ତି। ଜିଲ୍ଲାପାଳ ଗିତାଗ୍ରାମର ଏହି ସବୁ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେବାକୁ ଦାବି ହୋଇଛି।

ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ସଭାପତି ବାସୁଦେବ ହୋତା,କାର୍ଯ୍ୟକାରୀ ସଭାପତି ଅଚ୍ୟୁତାନନ୍ଦ ଧର,ସମ୍ପାଦକ ବିଜୟ ପ୍ରଧାନ,ସହ ସମ୍ପାଦକ ବିଜୟ ବେହେରା,ହେମନ୍ତ ଦାଶ,କୋଷାଧ୍ୟକ୍ଷ ପବିତ୍ର ପ୍ରଧାନଙ୍କ ସମେତ ଉପଦେଷ୍ଟା ବଳରାମ ଦାସ,ରାଜକିଶୋର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।