ମୁଖ୍ୟ ଖବର

ଗୋପାଷ୍ଟମୀ ମେଳା ନେଇ ସାମ୍ବାଦିକ ସମ୍ମିଳନୀ

By Biswaranjan Pattnaik

November 05, 2024

ଅନୁଗୁଳ: ଆସନ୍ତା ୯ ତାରିଖରେ ରନ୍ତଲେଇ ଠାରେ ଶ୍ରୀ ଗୋପାଳ ଗୋ ଶାଳା ପକ୍ଷରୁ ଗୋପାଷ୍ଟମୀ ମେଳା ଅନୁଷ୍ଠିତ ହେବ। ଏଥିନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ମେଳା ନେଇ ସମସ୍ତ ତଥ୍ୟ ରଖିଥିଲେ ଗୋଶାଳାର କର୍ମକର୍ତ୍ତା।

ଉକ୍ତ ସମ୍ମିଳନୀରେ ଗୋଶାଳାର ସଭାପତି ଲଡ଼ୁକେଶ୍ୱର ଅଗ୍ରୱାଲ,ପୂର୍ବତନ ସଭାପତି ଗୋପାଳ ମୁନ୍ଦ୍ରା,ସମ୍ପାଦକ ରାମ କିଶନ ବଂଶଲ୍,କୋଷାଧ୍ୟକ୍ଷ ସନ୍ତୋଷ ଅଗ୍ରୱାଲ ଓ ମିଡ଼ିଆ ପ୍ରଭାରୀ ଚନ୍ଦ୍ରକାନ୍ତ ଧଳ ପ୍ରମୁଖ ମଞ୍ଚାସିନ ହୋଇଥିଲେ। ଗୋପାଷ୍ଟମୀ ଦିନ ୯ ଟା ସମୟରେ ଗୋମାତା ପୂଜନ,ହନୁମାନ ଚାଳିଶା ପାଠ,କାମଧେନୁ ଯଜ୍ଞ,ପ୍ରଦର୍ଶନୀ ଓ ପ୍ରବଚନ ଓ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ର ଛାତ୍ରୀ ଙ୍କୁ ପୁରସ୍କୃତ କରାଯିବ।

ଏଥି ସହିତ ତୁଳା ଦାନ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବା।ଗୋ ଭକ୍ତ ମାନେ ନିଜ ଓଜନ ପରିମାଣର ଗୋ ଖାଦ୍ୟ ଗୋଶାଳା କୁ ଦାନ କରି ପାରିବେ।ଗୋଶାଳା ପକ୍ଷରୁ ସୂଚନା ଦିଆଯାଇଥିଲା କି ଏହି ଗୋଶାଳା ୨୦୦୧ ମସିହାରୁ ପ୍ରତିଷ୍ଠା ହୋଇଛି। ବର୍ତ୍ତମାନ ଏହି ଗୋଶାଳାରେ ୭୫୦ ରୁ ଅଧିକ ଗାଈ ଗୋରୁ ରହୁଛନ୍ତି।ସରକାର ଙ୍କ କୌଣସି ଅନୁଦାନ ବା ସାହାଯ୍ୟ ବିନା ଏହି ଗୋଶାଳା ଚାଲୁଅଛି।

ଏଠାରେ ଗୋବରରୁ ଗୋକାଷ୍ଠ ତିଆରି କରାଯାଇ ଅନୁଗୁଳ ଶ୍ମଶାନକୁ ଯୋଗାଇ ଦିଆଯାଉଛି। ଲୋକେ ଶବ ଦାହ ପାଇଁ ସୁଲଭ ମୂଲ୍ୟରେ ଏହି କାଠ ବ୍ୟବହାର କରି ପାରିବେ। ଏହା ଦ୍ବାରା ପରିବେଶ ସୁରକ୍ଷିତ ରହିପାରିବ।ସାଧାରଣ କାଠ ଠାରୁ ଏହି ଗୋକାଷ୍ଠ ବ୍ୟବହାର ଦ୍ଵାରା ଶୀଘ୍ର ଶବ ଦାହ ହୋଇପାରିବ ବୋଲି କର୍ମକର୍ତ୍ତା ମାନେ ଜଣାଇ ଥିଲେ। ଏହି ବ୍ୟବସ୍ଥା ପୁରୀ ସ୍ବର୍ଗ ଦ୍ବାରରେ ଏବେ ହେବାକୁ ଯାଉଥିବା ବେଳେ ଅନୁଗୁଳରେ ଏହା ଗତ ଦୁଇ ବର୍ଷ ତଳୁ ଆରମ୍ଭ ହୋଇଛି।

ତେବେ ପ୍ରଚାର ପ୍ରସାର ଅଭାବରୁ ଏହା ଲୋକପ୍ରିୟ ହୋଇ ପାରିନାହିଁ।ଏହି ଗୋପାଷ୍ଟମୀ ମେଳାକୁ ଢେ଼ଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି,ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଓ ପଣ୍ଡିତ ମହେଶ ସାହୁ ପ୍ରମୁଖ ଉଦଘାଟନ କରିବାର କାର୍ଯ୍ୟକ୍ରମ ଅଛି ବୋଲି ଗୋଶାଳାର କର୍ମକର୍ତ୍ତାମାନେ ଜଣାଇଛନ୍ତି।