ଅନ୍ୟାନ୍ୟ

ନାଲକୋନଗରରେ ଆଦିବାସୀ ମେଳା: କୋରାପୁଟ କଫି,ମିଲେଟ ପ୍ରଡକ୍ଟ ଓ ଆଦିବାସୀ ନୃତ୍ୟ ମୁଖ୍ୟ ଆକର୍ଷଣ

By Biswaranjan Pattnaik

February 06, 2026

ଅନୁଗୁଳ: ସାଇ ପରିଚୟ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ହେଉଥିବା ନାଲକୋ ନଗର ଆଦିବାସୀ ମେଳା  ଆୟୋଜନ ନେଇ ଗୁରୁବାର ଅନୁଗୁଳରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା। ଏଥିରେ ସଂସ୍ଥା ପକ୍ଷରୁ ଅମିୟ କୁମାର ମହାନ୍ତି,ସିଦ୍ଧାର୍ଥ ପ୍ରଧାନ,ବିଶ୍ବରଂଜନ ଦାସ,ଅମିତ୍ ସ୍ୱରୂପ ମହାପାତ୍ର,ଆଦିତ୍ୟ ପ୍ରତାପ ପରିଡ଼ା ଓ ପ୍ରଭାତ ସେଠୀ ପ୍ରମୁଖ ଯୋଗ ଦେଇ ମେଳା ସମ୍ପର୍କରେ ସବିଶେଷ ତଥ୍ୟ ଦେଇଥିଲେ।

ଓଡ଼ିଶା ସରକାର, ଓରମାସ ଏବଂ ବିଭିନ୍ନ ଶିଳ୍ପ ଓ ଖଣି ଉଦ୍ୟୋଗ ସହାୟତାରେ ଆୟୋଜିତ ଏହି ମେଳାରେ ୧୨ ଟି ରାଜ୍ୟ ତଥା ୧ଟି ଜିଲ୍ଲାରୁ ଶିଳ୍ପୀ ଓ କାରିଗର ମାନେ ଆସି ଭାଗ ନେବେ। ୧୫୦ ଟି ଷ୍ଟଲ୍ ପଡିବ।ମେଳା ପ୍ରତିଦିନ ଅପରାହ୍ନ ୧୨ ଟାରୁ ରାତି ୧୦ ଟା ପର୍ଯ୍ୟନ୍ତ ଚାଲିବ। ମେଳାରେ ଆଦିବାସୀ ଉତ୍କୃଷ୍ଟତାର ପ୍ରମାଣ ସ୍ୱରୂପ ବିଭିନ୍ନ ଆଦିବାସୀ ନୃତ୍ୟ ପରିବେଷଣ କରାଯିବ। ଆଦିବାସୀ ସଂସ୍କୃତିର ଶାଢ଼ୀ,ଘର କରଣା ଜିନିଷ, ହ୍ୟଣ୍ଡିକ୍ରାଫ୍ଟ ଜିନିଷ,ଖାଦ୍ୟ ଶସ୍ୟ ଆଦି ଷ୍ଟଲରେ ମିଳିବ।ଅନୁଗୁଳ ନାଲକୋ ନଗର ଓପନ ପେଣ୍ଡାଲରେ ହେବାକୁ ଥିବା ଏହି ମେଳା ରେ ଚଳିତ ବର୍ଷ ଆୟୋଜକ ମାନେ ଅଢେଇ କୋଟି ଟଙ୍କାର କାରବାର କରିବେ ବୋଲି ଆଶା ରଖିଛନ୍ତି ।