ମୁଖ୍ୟ ଖବର

ଟ୍ରେଡ ୟୁନିଅନ କେନ୍ଦ୍ରର ଦାବି: ଅନୁଗୁଳରେ ଲାଗୁ ହେଉ କେନ୍ଦ୍ରୀୟ ଟ୍ରେଡ ୟୁନିଅନ୍ ଓ ସ୍ଵାଧୀନ ଫେଡେରେସନର ନିଷ୍ପତ୍ତି

By Biswaranjan Pattnaik

May 31, 2023

ଅନୁଗୁଳ : ଭାରତର ଟ୍ରେଡ ୟୁନିଅନ କେନ୍ଦ୍ର ପକ୍ଷରୁ ସ୍ଥାନୀୟ ଏକ ହୋଟେଲରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଏ ଅବସରରେ କେନ୍ଦ୍ର ସରକାରଙ୍କର ଦେଶ ବିରୋଧ, ଶ୍ରମିକ ଓ ଜନ ବିରୋଧୀ ନୀତି ବିରୋଧରେ କେନ୍ଦ୍ରୀୟ ଟ୍ରେଡ ୟୁନିଅନ୍ ଓ ସ୍ଵାଧୀନ ଫେଡେରେସନ୍ ମାନଙ୍କର ନିଷ୍ପତ୍ତିକୁ ଅନୁଗୁଳ ଜିଲ୍ଲାରେ କାର୍ଯ୍ୟକାରୀ କରିବା ପାଇଁ ଆହ୍ଵାନ କରାଯାଇଛି। ଏଥିସହ ୧୪ ଦଫା ଦାବି ଉପସ୍ଥାପନ କରାଯାଇଥିଲା। ଅନୁଗୁଳ ଜିଲ୍ଲା କମିଟି ପକ୍ଷରୁ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସାଧାରଣ ସମ୍ପାଦକ ବିଷ୍ଣୁ ମହାନ୍ତି, ଅନୁଗୁଳ ଜିଲ୍ଲା କମିଟିର ସଭାପତି ପ୍ରଦୀପ ପଣ୍ଡା, ଉପସଭାପତି ତଥା ସାଧାରଣ ସମ୍ପାଦକ ଉପେନ୍ଦ୍ର ଶର୍ମା, ଟିଟିପିଏସ୍ ସ୍କିମ ୱାର୍କର୍ସ ୟୁନିୟନ ସାଧାରଣ ସାମ୍ବାଦିକ ସୁବାଷ୍ ଚନ୍ଦ୍ର ସାହୁଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ଥିଲେ।