ମୁଖ୍ୟ ଖବର

ଫେବ୍ରୁଆରି ୧୯ରୁ ଦେବେନ୍ଦ୍ର ପ୍ରଧାନ ସ୍ମାରକୀ କ୍ରିକେଟ୍ ପ୍ରତିଯୋଗିତା

By Angul TV Bureau

December 14, 2025

ଅନୁଗୁଳ: ଆସନ୍ତା ଫେବ୍ରୁଆରି ୧୯ ତାରିଖରୁ ଆରମ୍ଭ ହେବ ଦେବେନ୍ଦ୍ର ପ୍ରଧାନ ସ୍ମାରକୀ କ୍ରିକେଟ୍ ପ୍ରତିଯୋଗିତା।ଏ ନେଇ ଅନୁଗୁଳ ୟୁଥ୍‌ ପାର୍ଲାମେଣ୍ଟ ପକ୍ଷରୁ ସୂଚନା ଦିଆଯାଇଛି।

ସ୍ଥାନୀୟ ବିଜୁ ମଇଦାନରେ ହେବାକୁ ଥିବା ଏହି ସର୍ବଭାରତୀୟ ରାତ୍ରିକାଳୀନ ଟେନିସ୍‌ ବଲ୍‌ କ୍ରିକେଟ୍‌ ପ୍ରତିଯୋଗିତାରେ ମୋଟ ୮ଟି ଦଳ ଭାଗ ନେବେ। ୨୨ ତାରିଖରେ ଫାଇନାଲ ମ୍ୟାଚ୍‌ ଖେଳାଯିବ। ଚାମ୍ପିଅନ ଦଳକୁ ୧ ଲକ୍ଷ ଟଙ୍କା ଅର୍ଥ ରାଶି ସହ ଟ୍ରଫି ପ୍ରଦାନ କରାଯିବ। ଆଜିର ସାମ୍ବାଦିକ ସମ୍ମିଳନୀରେ ବିଜେପି ଯୁବମୋର୍ଚ୍ଚା ସଭାପତି ସିଦ୍ଧାର୍ଥ ରାଉତରାୟ, ଉପସଭାପତି ଅସିତ ସାହୁ, ଅନିନ୍ଦିତ ପ୍ରଧାନ, ଦୀପକ ସ୍ବାଇଁ, ସାଧାରଣ ସଂପାଦକ ପ୍ରଶାନ୍ତ ପରମାଣିକ ପ୍ରମୁଖ ଉପସ୍ଥିତ ଥିଲେ। ଏହି ପ୍ରତି‌ଯୋଗିତାରେ ଅନୁଗୁଳର ପ୍ରାୟ ୫୦ଟି ଗ୍ରାମାଞ୍ଚଳ କ୍ରିକେଟ୍‌ କ୍ଲବ୍‌କୁ ଖେଳ ସାମଗ୍ରୀ ପ୍ରଦାନ କରାଯିବ।