ମୁଖ୍ୟ ଖବର

ନବୀନଙ୍କ ଆଶୁ ଆରୋଗ୍ୟ ପାଇଁ ଦୀପଦାନ

By Angul TV Bureau

August 18, 2025

ଅନୁଗୁଳ: ବିଜୁ ଜନତା ଦଳର ମାନ୍ୟବର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଜନନାୟକ ନବୀନ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା ନିମନ୍ତେ ଅନୁଗୁଳର ଅଧିଷ୍ଠାତ୍ରୀ ଦେବୀ ମା’ ବୁଢୀ ଠାକୁରାଣୀଙ୍କ ମନ୍ଦିର ସମ୍ମୁଖରେ ସମୂହ ଦୀପଦାନ ଓ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଛି। ଅନୁଗୁଳ ପୌରପାଳିକା ବିଜେଡି ପକ୍ଷରୁ ଏହି କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ  ରଜନୀକାନ୍ତ ସିଂ, ପୌରାଧକ୍ଷ ଅକ୍ଷୟ କୁମାର ସାମନ୍ତ, ବିଜେଡି କାଉନସିଲର ବୃନ୍ଦ, ପୌରପାଳିକା ନଗର ବିଜେଡି ସଭାପତି, ରାଜୀବ ଲୋଚନ ଦାସ, ଛାତ୍ର ଜନତା ଦଳର କାର୍ଯ୍ୟକର୍ତ୍ତା ଏବଂ ବିଭିନ୍ନ ୱାର୍ଡ ସ୍ତରର କର୍ମକର୍ତ୍ତା ଉପସ୍ଥିତ ଥିଲେ।