ଅନ୍ୟାନ୍ୟ

ପ୍ରିୟବ୍ରତ ହେଲେ ଖଲାରୀ ବିଜେପି ମଣ୍ଡଳ ସଭାପତି

By Biswaranjan Pattnaik

January 07, 2025

ଅନୁଗୁଳ: ରାଜ୍ୟ ବିଜେପି ସଂଗଠନ ପକ୍ଷରୁ ଅନୁଗୁଳ ଜିଲ୍ଲାର ବିଭିନ୍ନ ମଣ୍ଡଳ ସଭାପତିଙ୍କ ନାମ ଘୋଷଣା କରିଛନ୍ତି। ଏମାନଙ୍କ ମଧ୍ୟରେ ଖଲାରୀ ମଣ୍ଡଳ ସଭାପତି ଭାବେ ପ୍ରିୟବ୍ରତ ପାଗଳଙ୍କୁ ମନୋନୀତ କରାଯାଇଛି। ଶ୍ରୀ ପାଗଳ ଗତ କୋଡିଏ ବର୍ଷ ଧରି ବିଜେପିର ଜଣେ ଶୃଙ୍ଖଳିତ କର୍ମୀ ଭାବେ କାର୍ଯ୍ୟ ଜରି ଆସୁଛନ୍ତି। ଶ୍ରୀ ପାଗଳ ପୂର୍ବରୁ ବିଜେପି ଯୁବ ମୋର୍ଚ୍ଚାର ସମ୍ପାଦକ ଭାବେ ମଧ୍ୟ ସୁଚାରୁ ରୂପେ ଦାୟିତ୍ୱ ତୁଲାଇ ଅନେକ ପ୍ରଶଂସା ସାଉଁଟି ଥିଲେ।