ମୁଖ୍ୟ ଖବର

ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ଅନୁଗୁଳର ପ୍ରିୟାଂଶୁ ପାଳ ଟପ୍ପର, ଗ୍ରାମାଞ୍ଚଳର ବିକାଶ ପାଇଁ ଇଚ୍ଛୁକ ଥିବା ପ୍ରକାଶ

By Angul TV Bureau

September 27, 2025

ଅନୁଗୁଳ: ପ୍ରକାଶ ପାଇଲା ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା ଫଳ। OAS ପରୀକ୍ଷାରେ ଅନୁଗୁଳ ତୁରଙ୍ଗର ପ୍ରିୟାଂଶୁ ପାଲ ଓଡ଼ିଶା ଟପ୍ପର ହୋଇଛନ୍ତି। ପ୍ରିୟାଂଶୁ ପାଲ ଏକ୍ସ ଆର୍ମି ( ସୁବେଦାର ମେଜର) ସନ୍ତୋଷ କୁମାର ପାଳଙ୍କର ଏକ ମାତ୍ର ପୁଅ। ଦୁଇ ଭଉଣୀରେ ସେ ଜଣେ ପୁଅ।

କେନ୍ଦ୍ରୀୟ ବିଦ୍ୟାଳୟରେ ନିଜର ପ୍ରାରମ୍ଭିକ ଶିକ୍ଷା ଗ୍ରହଣ କରିଥିବା ବେଳେ କେନ୍ଦୁଝର ସ୍ଥିତ ସରକାରୀ ଇଞ୍ଜିନିୟରିଂ କଲେଜରେ ମାଇନିଂରେ ବିଟେକ ଶିକ୍ଷା କରିଥିଲେ। ଉଚ୍ଚଶିକ୍ଷା ପରେ ପ୍ରିୟାଂଶୁ ବେଦାନ୍ତ ଓ ପରେ ଡେଲାୟଟରେ ଚାକିରି କରିଥିଲେ। ଚାକିରି ସମୟରେ ପୂର୍ବରୁ ତିନିଥର ୟୁପିଏସସି ପରୀକ୍ଷା ଦେଇଥିଲେ। ଚଳିତ ବର୍ଷ ଚତୁର୍ଥ ଥରରେ ସେ କୃତକାର୍ଯ୍ୟ ହୋଇଥିବା ବେଳେ ଓଡ଼ିଶା ପ୍ରଶାସନିକ ସେବା(ଓସିଏସ) ପରୀକ୍ଷାରେ ସେ କୃତକାର୍ଯ୍ୟ ହୋଇ ଓଡିଶା ଏକ ନମ୍ବର ସ୍ଥାନ ହାସଲ କରିଥିଲେ।

ପ୍ରିୟାଂଶୁଙ୍କର ଏହି ସଫଳତା ପରେ ତାଙ୍କ ପରିବାରରେ ଖୁସିର ଲହରୀ ଖେଳିଯାଇଛି। ପ୍ରିୟାଂଶୁ ଗ୍ରାମାଞ୍ଚଳର ବିକାଶ ଏବଂ ଓଡ଼ିଶାରେ ଯୁବପିଢ଼ିଙ୍କ ନିଯୁକ୍ତି ବା କର୍ମନିଯୁକ୍ତି ଦିଗରେ ସେ କାର୍ଯ୍ୟ କରିବେ ବୋଲି କହିଛନ୍ତି।