ଅନୁଗୁଳ: ଟାଉନ ଉଚ୍ଚ ବିଦ୍ୟାଳୟର ପୁରସ୍କାର ବିତରଣି ସମାରୋହ ସ୍କୁଲ ପରିସରରେ ଆୟୋଜିତ ହୋଇଯାଇଛି। ଶିକ୍ଷାବିତ୍ ବୃନ୍ଦାବନ ସ୍ୱାଇଁ ଏହି ସମାରୋହକୁ ମୁଖ୍ୟ ଅତିଥି ରୂପେ ଉଦ୍ଘାଟନ କରିଥିଲେ ।ମୁଖ୍ୟ ବକ୍ତା ରୂପେ ପୂର୍ବତନ ଓଷ୍ଟା ଜିଲ୍ଲା ସଭାପତି ସରୋଜ ପାଣିଗ୍ରାହୀ ଯୋଗ ଦେଇଥିଲେ ଅତିଥିମାନେ ଦେଶର ବିକାଶରେ ଶିଶୁ ମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋଚନା କରିଥିଲେ। ସମ୍ମାନିତ ଅତିଥି ରୂପେ ପୂର୍ବତନ ଶିକ୍ଷକ ଜଗନ୍ନାଥ ବିଶ୍ଵାଳ, କଣ୍ଡୁରି ଚରଣ ଭୂତିଆ, ହୁଲୁରିଶିଂହା ହାଇ ସ୍କୁଲର ପ୍ରଧାନ ଶିକ୍ଷକ କୀର୍ତ୍ତନ ବିହାରୀ ସାହୁ,ମ୍ୟୁନିସପାଲିଟି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଜୟନ୍ତି ଅଳକାନନ୍ଦା,ପୂର୍ବତନ ଆଇପିିଇ ପ୍ରଶାନ୍ତ କୁମାର ସିହ୍ନା ପ୍ରମୁଖ ଯୋଗ ଦେଇଥିଲେ। ଟାଉନ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଶୋକ ପ୍ରଧାନ ଏବଂ ସହକାରୀ ଶିକ୍ଷକ ଗଗନ ବିହାରୀ ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ଶେଷରେ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।