ଘଟଣା ଓ ଦୁର୍ଘଟଣା

ପେଶାଦାର ଅପରାଧି ଗିରଫ

By Angul TV Bureau

September 19, 2021

ଅନୁଗୁଳ : ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ନୂଆହତା ଗାଁର ପେଶାଦାର ଅପରାଧି ମାନସ ସାହୁଙ୍କୁ ବଅଁରପାଳ ପୁଲିସ ରବିବାର ଗିରଫକରି କୋର୍ଟ ଚାଲାଣ କରିଛି। ସୂଚନା ଯେ, ବିଭିନ୍ନ ମାମଲାରେ ଛନ୍ଦି ହୋଇଥିବା ମାନସଙ୍କ ଘରୁ ଜୁନ ୧୨ ତାରିଖରେ ୮୫ ପେଟି ବିଦେଶୀମଦ ଜବତ କରାଯାଇଥିଲା। ଏ ନେଇ ଏକ ମାମଲା ରୁଜୁ ହୋଇଥିଲା। ତେବେ ସେତେବେଳେ ମାନସ ସେଠାରୁ ଫେରାର ହୋଇଯାଇଥିଲେ। ଏ ନେଇ ମାନସଙ୍କହ ନାମରେ ଗିରଫ ପରୱା ଜାରି କରାଯାଇଥିଲା। ଏହି ୱାରେଣ୍ଟ ବଳରେ ପୁଲିସ ତାଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି।