ମୁଖ୍ୟ ଖବର

ଅନୁଗୁଳର ଜଣାଶୁଣା ସାମ୍ବାଦିକ ଗିରଫ, ଜାରି ହୋଇଥିଲା ୱାରେଣ୍ଟ

By Biswaranjan Pattnaik

December 07, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ବଡ଼କେରାର ଆଗଧାଡ଼ିର ସାମ୍ବାଦିକ ସନ୍ତୋଷ କୁମାର ପୃଷ୍ଟି (୪୧)ଙ୍କୁ ରବିବାର ବନ୍ତଳା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି।ପୁଲିସର ସୂଚନା ଅନୁସାରେ, ୨୦୧୬/୧୭ରେ ଅନୁଗୁଳ ଥାନା ଓ ବଅଁରପାଳ ଥାନାରେ ସନ୍ତୋଷଙ୍କ ନାମରେ ଆପରାଧିକ ଷଡ଼ଯନ୍ତ୍ର, ଜାଲ କାଗଜପତ୍ର କରିବା, ଚୋରି ଭଳି ଏକାଧିକ ଗୁରୁତର ଅଭିଯୋଗରେ ୬ଟି ମାମଲା ରୁଜୁ ହୋଇଥିଲା। ସେବେଠୁ ସନ୍ତୋଷ ଫେରାର ଥିବା ବେଳେ ତାଙ୍କ ନାମରେ ୱାରେଣ୍ଟ ଜାରି ହୋଇଥିଲା। ୱାରେଣ୍ଟ ଆଧାରରେ ବନ୍ତଳା ପୁଲିସ ରବିବାର ସନ୍ତୋଷକୁ ବଡ଼କେରା ଛକରୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି। ଏନେଇ ଥାନା ଅଧିକାରୀ ନଟବର ନନ୍ଦ ସୂଚନା ଦେଇଛନ୍ତି।