ଘଟଣା ଓ ଦୁର୍ଘଟଣା

ରୋଷେଇ କାଠର ନିଆଁରୁ ଜଳିଗଲା ହାଣ୍ଡିଶାଳ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

By Angul TV Bureau

March 28, 2025

ଅନୁଗୁଳ : ରୋଷେଇ କାଠର ନିଆଁରୁ ଜଳିଗଲା ହାଣ୍ଡିଶାଳ। ଅନୁଗୁଳ ବ୍ଲକ୍‌ ଅନ୍ତର୍ଗତ ବ୍ଲକ ବଡ଼କନ୍ତକୁଳ ପଞ୍ଚାୟତର କଂଜା ଗ୍ରାମରେ ଘଟିଛି ଏଭଳି ଅଘଟଣ।

ସୂଚନା ଅନୁଯାୟୀ, କଂଜା ଗ୍ରାମର କାର୍ତ୍ତିକ ଦେହୁରୀ (୩୨)ଙ୍କର ରୋଷେଇ ଘର ଅଗ୍ନିକାଣ୍ଡରେ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଶୁକ୍ରବାର ଅପରାହ୍ନ ୨ଟାରେ ଚୁଲି କାଠରୁ ନିଆଁ ଉଠି ଏହି ଅଗ୍ନିକାଣ୍ଡ ଘଟିଥିଲା। ନିଆଁ ଲାଗିବା ଜାଣିବା ପରେ ପରିବାର ଲୋକଙ୍କ ପାଟି ଶୁଣି ଗାଁ ଲୋକ ନିଆଁକୁ ଆୟତ୍ତ କରିଥିବା ପାଇଁ ଉଦ୍ୟମ କରିଥିଲେ। ଖବର ପାଇ ଅନୁଗୁଳ ଦମକଳ କେନ୍ଦ୍ର ସହ ଯୋଗାଯୋଗ କରାଯାଇଥିଲା। ଖବର ପାଇ ଅନୁଗୁଳ ଦମକଳ ବାହିନୀର ସତ୍ୟଜିତ ବୋଷ, ବିଜୟ ଓଝା, ବାବୁଲ ରାଉତ ଓ ସୌଭାଗ୍ୟ ସାହୁ ପହଞ୍ଚି ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରିଥିଲେ। ଏହି ଅଗ୍ନିକାଣ୍ଡରେ କାର୍ତ୍ତିକଙ୍କର ଅନେକ ଧନ ସମ୍ପତ୍ତି ନଷ୍ଟ ହୋଇଥିବା ଜଣାପଡ଼ିଛି।