ମୁଖ୍ୟ ଖବର

ମହିଳା ସାମ୍ବାଦିକାଙ୍କୁ ଅସଦାଚରଣ ପ୍ରତିବାଦରେ ତାଳଚେର ସାମ୍ବାଦିକଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ

By Swagatika Samantray

June 28, 2024

ତାଳଚେର: ଭୁବନେଶ୍ୱର ଠାରେ କିଛି ଦିନ ପୂର୍ବରୁ ଜଣେ ମହିଳା ସାମ୍ବାଦିକାଙ୍କୁ ଅସଦାଚରଣ କରିବା ପ୍ରତିବାଦରେ ତାଳଚେର ସାମ୍ବାଦିକଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳଙ୍କ ଜରିଆରେ ବିଡିଓଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି ।

ମହିଳା ସାମ୍ବାଦିକା ଜଣକ ଖବର ସଂଗ୍ରହ ବେଳେ ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସ ସଂପୃକ୍ତ ସାମ୍ବାଦିକା ଏବଂ ସହଯୋଗୀଙ୍କୁ ଅସଦାଚରଣ କରିବା ସହ କୁକୁର ଦ୍ୱାରା ଆକ୍ରମଣ କରାଇଥିଲେ ଓ ମାଡପିଟ୍ କରି ସାର୍ଟ ଚିରି ଦେଇଥିଲେ । ଏହାକୁ ନେଇ ସାମ୍ବାଦିକ ମହଲରେ ଆଲୋଡନ ସୃଷ୍ଟି ହୋଇଥିଲା ଏବଂ ନିନ୍ଦା କରାଯାଇଥିଲା ।

ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ବିରୁଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ଦାବୀ କରାଯିବା ସହିତ କାର୍ଯ୍ୟରତ ସାମ୍ବାଦିକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଖୁବ୍ ଶୀଘ୍ର ସାମ୍ବାଦିକ ସୁରକ୍ଷା ଆଇନ୍ ଲାଗୁ କରିବା ପାଇଁ ଦାବୀ କରାଯାଇଛି ।

ଏହି ଦାବୀପତ୍ର ପ୍ରଦାନ ବେଳେ ବରିଷ୍ଠ ସାମ୍ବାଦିକ ଡ. ରଶ୍ମୀ ରଂଜନ ମିଶ୍ର, ପର୍ଶୁରାମ ବାରିକ, ତପନ ମହାରଣା, ଚିତ ରଂଜନ ପାଣି, ମଦନ ମୋହନ ସାହୁ, ମନୀଲ ମହାରଣା, ବିଜୟ ଦେବତା, କରୁଣାକର ସାମଲ, ପ୍ରିୟମାଧବ ଦାସ, ଶିବ ପ୍ରସାଦ ବେହେରା, ଗିରିଶ ଚନ୍ଦ୍ର ସାମଲ, ସୟଦ ଜୁଲଜ ଫିକର ହୁସେନ୍‌, ରବିନ୍ଦ୍ର ସେଠ, ଗିରିଜା ନନ୍ଦନ ସାହୁ, କିଶୋର ଭୂତିଆ, ବିକାଶ ସାହୁ, ଆଦିତ୍ୟ ଦାସ, ରାଜ କୁମାର ପ୍ରଧାନ, ଜମ୍ବେଶ୍ୱର ପଟ୍ଟନାୟକ, ବାପୁଜୀ ସାମଲ, ଦେବେନ୍ଦ୍ର ସାହୁ, ଦୁର୍ଯ୍ୟୋଧନ ପ୍ରଧାନ, ଅନୁରାଗ ଆଚାର୍ଯ୍ୟ, ରଥଜାନୀ ଦେହୁରୀ, ସିତିକାନ୍ତ ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।