ମୁଖ୍ୟ ଖବର

ସନ୍ଥପଡ଼ାକୁ ଏନଟିପିସି ଓ ପ୍ରଶାସନର ଅଣଦେଖାକୁ ବିରୋଧ, ୭ ଦିନ ଭିତରେ ସମସ୍ୟା ସମାଧାନ ନ କଲେ କାର୍ଯ୍ୟବନ୍ଦ ଚେତାବନୀ ଦେଲେ ସରପଞ୍ଚ

By Angul TV Bureau

November 15, 2023

ତାଳଚେର: ଏନଟିପିସି ଟିଟିପିଏସ ଦ୍ୱାରା କ୍ଷତିଗ୍ରସ୍ତ ତାଳଚେର ବ୍ଲକ ସନ୍ଥପଡାରେ କମ୍ପାନୀ କୌଣସି ଉନ୍ନତିମୂଳକ କାର୍ଯ୍ୟ କରୁ ନାହିଁ ବୋଲି ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ସରପଞ୍ଚ ସହଦେବ ସାହୁ। ଏନେଇ ସେ ବାରମ୍ବାର ଏନଟିପିସି କର୍ତ୍ତୃପକ୍ଷ ଓ ପ୍ରଶାସନକୁ ପଦକ୍ଷେପ ନେବାକୁ ଚିଠି ମାଧ୍ୟମରେ ଦାବି ମଧ୍ୟ କରିଛନ୍ତି। ଚିଠି ସଂଖ୍ୟା ୭୧/୨୦୨୨, ୧୦୯/୨୦୨୩, ୧୧୧/୨୦୨୩, ୧୨୦/୨୦୨୩, ୧୨୪/୨୦୨୩ ଏହି ଚିଠିରେ ଗତ ଦୁଇବର୍ଷ ହେଲା ସେ ଅଭିଯୋଗ କରି ଆସୁଥିଲେ ମଧ୍ୟ ଅଦ୍ୟାବଧି ପଞ୍ଚାୟତର କୌଣସି କାର୍ଯ୍ୟ ହୋଇ ପାରିନାହିଁ।

ଏ ନେଇ ଆଜି ତାଳଚେର ଉପଜିଲ୍ଲାପାଳଙ୍କୁ ଭେଟି ସନ୍ଥପଡା ସରପଞ୍ଚ ସହଦେବ ସାହୁ ପୁଣି ଲିଖିତ ଭାବେ ଅଭିଯୋଗ କରିଛନ୍ତି। ସାତ ଦିନ ମଧ୍ୟରେ ସମାଧାନ କରାନଗଲେ ଯେ କୌଣସି ସମୟରେ ଏନଟିପିସି ଟିଟିପିଏସ ପ୍ଲାଣ୍ଟ କାର୍ଯ୍ୟକୁ ଅଚଳ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି।ସରପଞ୍ଚଙ୍କ ସହ ଦୀପକ ସାମଲ, ଶେଷଦେବ ସାମଲ, ବାବୁ ମହାରଣା, ସୁଶାନ୍ତ ସାମଲ, ଲକ୍ଷ୍ମୀଧର ମହାନ୍ତି, ଲାଲା ମହାନ୍ତି, ଅମିତ ମହାନ୍ତି, କୃଷ୍ଣ ସାହୁ, ହେମନ୍ତ ମହାନ୍ତି, ସନାତନ ଦିଗ, ବିଜୟ ମହାନ୍ତି, କୈଳାଶ ମହାନ୍ତି ପ୍ରମୁଖ ଭେଟି ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।