ଅନୁଗୋଳ: ଦିଲ୍ଲୀ ଓ ଭୁବନେଶ୍ୱରରେ କଂଗ୍ରେସ ନେତା ତଥା ଆନ୍ଦୋଳନକାରୀଙ୍କ ଉପରେ ପୋଲିସର ଦମନଲୀଳା ପ୍ରତିବାଦରେ ବୁଧବାର ଅନୁଗୁଳ ଜିଲ୍ଲା କଂଗ୍ରେସ ପକ୍ଷରୁ ଏକ ବିରାଟ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। ଜିଲ୍ଲା ସଭାପତି ସୁନୀଲ କୁମାର ପ୍ରଧାନଙ୍କ ନେତୃତ୍ୱରେ କର୍ମୀମାନେ କଂଗ୍ରେସ ଭବନରୁ ବାହାରି ସହର ପରିକ୍ରମା କରିବା ସହ ଥାନା ଛକଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।
ଗତକାଲି ଦିଲ୍ଲୀରେ ଛାତ୍ର ଆନ୍ଦୋଳନ ଓ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରୁ ରାହୁଲ ଗାନ୍ଧୀ, ମଲ୍ଲିକାର୍ଜ୍ଜୁନ ଖାର୍ଗେ, ପ୍ରିୟଙ୍କା ଗାନ୍ଧୀ ଏବଂ ଭୁବନେଶ୍ୱରରୁ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କୁ ପୋଲିସ ଗିରଫ କରିବା ଘଟଣାକୁ କଂଗ୍ରେସ କଡ଼ା ନିନ୍ଦା କରିଛି। ଏହି ଅବସରରେ କେନ୍ଦ୍ର ସରକାରଙ୍କ ଜନବିରୋଧୀ ନୀତି ବିରୋଧରେ ସ୍ଲୋଗାନ ଦିଆଯିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ ଏବଂ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଶତାଧିକ କଂଗ୍ରେସ କର୍ମୀ ଓ ନେତୃବୃନ୍ଦ ଉପସ୍ଥିତ ଥିଲେ।