ଅନ୍ୟାନ୍ୟ

ରାଷ୍ଟ୍ରପତିଙ୍କ ପ୍ରତି ଅଶାଳୀନ ମନ୍ତବ୍ୟକୁ ବିରୋଧ, ସତ୍ୟ ସନାତନୀ ସଂଗଠନ ପକ୍ଷରୁ ଥାନାରେ ଏତଲା

By Angul TV Bureau

November 15, 2022

ତାଳଚେର : ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାରର ମନ୍ତ୍ରୀ ଅଶୂଳ ଗିରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପରେ ଦେଇଥିବା ଅଶାଳୀନ ମନ୍ତବ୍ୟକୁ ବିରୋଧ କରି ଆଜି ସତ୍ୟ ସନାତନୀ ସଂଗଠନ ପକ୍ଷରୁ ତାଳଚେର ଥାନାରେ ଏତଲା ଦିଆଯାଇଛି।

ରାଷ୍ଟ୍ରପତିଙ୍କ ପ୍ରତି ଅପମାନ ସମଗ୍ର ଦେଶ ପ୍ରତି ଅପମାନ, ଜଣେ ଆଦିବାସୀ ମହିଳାଙ୍କ ପ୍ରତି ଏଭଳି ଘୃଣ୍ୟ ମନ୍ତବ୍ୟ ଆଦୌ ଗ୍ରହଣୀୟ ନୁହେଁ। ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସଂଗଠନ ତରଫରୁ ଦାବି କରାଯାଇଛି।

ଏତଲା ଦେବା ବେଳେ ସତ୍ୟ ସନାତନୀ ସଂଗଠନ ର ମୁଖ୍ୟ ଉପଦେଷ୍ଟା ପର୍ଶୁରାମ ବାରିକ, ସଭାପତି ପଦ୍ମନ ଜେନା, ବରିଷ୍ଠ ନେତା ଚିନ୍ତାମଣି ମହାପାତ୍ର, କାର୍ଯ୍ୟକାରୀ ସଭାପତି ପୂର୍ଣ୍ଣଚନ୍ଦ୍ର ବେହେରା, ସାଧାରଣ ସମ୍ପାଦକ କୃତି ସୁନ୍ଦର ମହାରଣା, ଦେବାଶିଷ ବିଶି, ରାକେଶ ତ୍ରିପାଠୀ, ଅରବିନ୍ଦ ମିଶ୍ର, ପ୍ରମୋଦ ଜେନା,ବବଲୁ ଦାସଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।