ଅନ୍ୟାନ୍ୟ

ମୌଳିକ ଅଧିକାର ପାଇଁ ଆଲୁମିନିୟମ ମଜଦୁର ସଂଘର ବିଶାଳ ଗଣବିକ୍ଷୋଭ, ରଣହୁଙ୍କାର ଦେଲେ ୩୦୦ରୁ ଅଧିକ ଶ୍ରମିକ

By Angul TV Bureau

July 19, 2025

ଅନୁଗୁଳ: ବିଭିନ୍ନ ଦାବି ନେଇ ନାଲକୋର ସର୍ବବୃହତ ଶ୍ରମିକ ସଙ୍ଗଠନ ଆଲୁମିନିୟମ ମଜଦୁର ସଂଘ ତରଫରୁ ନାଲକୋ ସ୍ମେଲଟର ପ୍ଲାଣ୍ଟ ପରିସରରେ ଏକ ବିଶାଳ ଗଣ ବିକ୍ଷୋଭ ସହ ମହାରାଲି ଅନୁଷ୍ଠିତ ହେଇଛି। ନାଲକୋ ପ୍ରଶାସନର ସ୍ଥାଣୁତା, ମନମୁଖୀ ଶାସନ, ବୈମାତୃକ ମନୋଭାବ ଏବଂ ଶ୍ରମିକଙ୍କ ମୌଳିକ ସମସ୍ୟାର ସମାଧାନ ପାଇଁ ଏହି ବିକ୍ଷୋଭ ସଭା ଆୟୋଜିତ ହୋଇଥିଲା। ଏସବୁ ସମସ୍ୟାର ଆସୁ ସମାଧାନ ନହେଲେ ସଙ୍ଗଠନ ତରଫରୁ ଆଗକୁ ଆନ୍ଦୋଳନାତ୍ମକ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି।

ଅନ୍ୟମାନଙ୍କ ମଧ୍ୟରେ ଏଏମ୍ଏସ୍ ୟୁନିଅନ ତରଫରୁ ସଭାପତି ମୁନା ସାମଲ, ସାଧାରଣ ସମ୍ପାଦକ ଗୋପାଳ କୃଷ୍ଣ ମଲିକ, ଉପଦେଷ୍ଟା ସଚ୍ଚିଦାନନ୍ଦ ଗଡ଼ନାୟକଙ୍କ ନେତୃତ୍ୱରେ ତିନିଶହରୁ ଅଧିକ କର୍ମଚାରୀ ଆନ୍ଦୋଳନରେ ସାମିଲ ହୋଇ ନିଜ ମୌଳିକ ଅଧିକାର ପାଇଁ ରଣହୁଙ୍କାର ଦେଇଥିଲେ।