ଅନ୍ୟାନ୍ୟ

ବକେୟା ଦରମା ପାଇଁ ଧାରଣା

By Angul TV Bureau

October 28, 2021

ଅନୁଗୁଳ:ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡ ମାଧପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ସାନିଟେସନ ୱାର୍କରମାନେ ସେମାନଙ୍କ ବକେୟା ଦରମା ନିମନ୍ତେ ବୁଧବାର ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ କଳାବ୍ୟାଚ ପିନ୍ଧି ଧାରଣା ଦେଇଥିବା ଜଣାଯାଇଛି। କରୋନା ସମୟରେ ସେମାନେ ସ୍ବାସ୍ଥ୍ୟ କେନ୍ଦ୍ରର ବିଶୋଧନ କାର୍ଯ୍ୟ ସୁଚାରୁରୂପେ ତୁଲାଇ ଆସୁଥିଲେ ମଧ୍ୟ ସେମାନଙ୍କ ଦରମା ଦେବାରେ ବିଭାଗ ଅବହେଳା କରୁଥିବା ଯୋଗୁଁ ସେମାନେ ତାଙ୍କ ପରିବାର ଚଳାଇବା ପାଇଁ ଘୋର ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି । ମାସକୁ ମାସ ସେମାନଙ୍କ ପ୍ରାପ୍ୟ ପ୍ରଦାନ ସମ୍ପର୍କରେ ବାରମ୍ବାର ବିଭାଗୀୟ ଉଚ୍ଚ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ହେଉ ନାହିଁ । ସେମାନଙ୍କର ମାସିକ ଦରମା କେତେ ତାହା ମଧ୍ୟ ସେମାନଙ୍କୁ ବିଭାଗପକ୍ଷରୁ ଅବଗତ କରାଯାଉ ନାହିଁ ବୋଲି ଅଭିଯୋଗ କରିଛନ୍ତି। ସେମାନଙ୍କ ସମସ୍ୟାର ସମାଧାନ ଆସନ୍ତା ଚାରିଦିନ ମଧ୍ୟରେ କରାନଗଲେ ସେମାନେ ଅନିର୍ଦ୍ଦିଷ୍ଟକାଳ ପାଇଁ କାର୍ଯ୍ୟବନ୍ଦ କରିବେ ବୋଲି କର୍ମଚାରୀ ସୁବସିନୀ ନାଏକ, ରୀତା ହରିଚନ୍ଦନ, ଗୋବିନ୍ଦ ବେହେରା, କେଶବ ମୁଖୀ, ଗୋପରଞ୍ଜନ ବେହେରା, ରୁକୁମୁନି ମୁଖୀ, ସରସ୍ବତୀ ବେହେରା, ଚିନ୍ମୟ ବାଘ, ବେତ୍ରା ମନଘରା ପ୍ରମୁଖ ଚେତାବନୀ ଦେଇଥିବା ଜଣାଯାଇଛି।