ଅନ୍ୟାନ୍ୟ

ଗାନ୍ଧୀ ସ୍ମୃତି ଭବନ ପାଇଁ ପ୍ରତିବାଦ କଲେ ଗାନ୍ଧିପ୍ରେମୀ

By Biswaranjan Pattnaik

October 03, 2022

ଅନୁଗୁଳ: ଗତ ବର୍ଷ ଗାନ୍ଧୀ ଜୟନ୍ତୀକୁ ଗୋଟିଏ ବର୍ଷ ପୁରିଲା ହେଲେ ଗାନ୍ଧୀ ଭବନ ପାଇଁ ଜାଗା ଚିହ୍ନଟ ହୋଇପାରିଲା ନାହିଁ। ଜ଼ିଲ୍ଲାରେ ସମସ୍ତ ପାଇଁ ଜମି ଅଛି ହେଲେ ଗାନ୍ଧୀ ପାଇଁ ନାହିଁ, ବହୁ ସାମାଜିକ ଅନୁଷ୍ଠାନଙ୍କୁ ପ୍ରସାଶନ ଜମି ଯୋଗାଇ ପାରୁଛି ହେଲେ ଗାନ୍ଧୀ ଭବନ ପାଇଁ ସର୍ବୋଦୟ ନେତ୍ରୀ ସତ୍ୟାଗ୍ରହ ବସିଥିଲେ ହେଲେ ଆଜି ଯାଏଁ ଜାଗା ମିଳିଲା ନାହିଁ।

ପ୍ରସାଶନ ଗୋଟିଏ କମିଟି ତିଆରି କରି ନିଷ୍ପତ୍ତି ନିଆଯିବ ଓ ଖୁବ ଶୀଘ୍ର ଗାନ୍ଧୀ ମାର୍ଗରେ ଗାନ୍ଧୀ ଭବନ ନିର୍ମାଣ ହବ ପ୍ରତିଶ୍ରୁତି ଦେଲା ପରେ ଶ୍ରୀମତୀ ମହାନ୍ତି ଧାରଣାରୁ ଓହରିଥିଲେ ହେଲେ ଗୋଟିଏ ବର୍ଷ ବିତିଗଲା ପରେ ମଧ୍ୟ ନିଷ୍କର୍ସ ବାହାରିଲା ନାହିଁ ଯାହା ତାଙ୍କୁ ଆଘାତ ଦେଇଛି। ତାଙ୍କ ସତ୍ୟାଗ୍ରହକୁ ସମର୍ଥନ କରି ଉକ୍ରଳ ଗାନ୍ଧୀ ସ୍ମାରକ ନିଧି,ରାଷ୍ଟ୍ରୀୟ ଯୁବା ସଂଗଠନ, ଉତ୍କଳ ସର୍ବୋଦୟ ମଣ୍ଡଳ ପକ୍ଷରୁ ରବିବାର ଗାନ୍ଧୀ ଉଦ୍ୟାନ ସମ୍ମୁଖରେ ପ୍ରତିକାତ୍ମକ ଧାରଣା ଦିଆଯାଇଥିଲା।