ଅନ୍ୟାନ୍ୟ

ଗୋବଂଶ ରକ୍ଷା ଦାବିରେ ବିକ୍ଷୋଭ

By Biswaranjan Pattnaik

April 09, 2021

ଅନୁଗୁଳ: ଓଡ଼ିଶାରେ ସକ୍ରିୟ ହୋଇଛନ୍ତି ଗୋମାଫିଆ । ହିନ୍ଦୁମାନଙ୍କ ଆରାଧ୍ୟ ଗୋବଂଶକୁ ଖୋଲାଖୋଲି ହତ୍ୟା ଉଦ୍ଦେଶ୍ୟରେ ଗୋ ତସ୍କରି ଚଳାଇଛନ୍ତି । ଶିଳ୍ପନଗରୀ ଅନୁଗୁଳରେ ମଧ୍ୟ ଗୋ ତସ୍କରି ବଢ଼ିବାରେ ଲାଗିଛି। ଗୋହତ୍ୟାକୁ ସମ୍ପୂର୍ଣ୍ଣ ବନ୍ଦ କରିବା ଦାବିରେ ଗୁରୁବାର ବିଶ୍ୱ ହିନ୍ଦୁ ପରିଷଦ, ବଜରଙ୍ଗ ଦଳ ଆନ୍ଦୋଳନକୁ ଓହ୍ଲାଇଥିଲା । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ୬ ଦଫା ଦାବି ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି ।ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅନୁଗୁଳ ଉପଜିଲ୍ଲାପାଳ ବାସୁଦେବ ଶତପଥୀଙ୍କ ଜରିଆରେ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରଯାଇଥିଲା। ଏହି ବିକ୍ଷୋଭରେ ବିଶ୍ୱ ହିନ୍ଦୁ ପରିଷଦ, ଅନୁଗୁଳର ସମ୍ପାଦକ ଗିରିଜା ଶଙ୍କର ନନ୍ଦ, ବଜରଙ୍ଗ ଦଳ ଅନୁଗୁଳର ସଙ୍ଗଠନ ମନ୍ତ୍ରୀ ଅସିତ୍ କୁମାର ସାହୁ, ଜୟଦୀପ ଦାସ, ଶକ୍ତି ପ୍ରସାଦ ପ୍ରଧାନ, ବିକାଶ କୁମାର ସାହୁ, ରଞ୍ଜିତ୍ କୁମାର ଦାଶ, ଗତିକୃଷ୍ଣ ପ୍ରଧାନ, ସୁମନ୍ତ କୁମାର ଧଳ ପ୍ରମୁଖ ଉପସ୍ଥିତ ଥିଲେ।