ଅନ୍ୟାନ୍ୟ

ମୋବାଇଲ ଡାଟା ପ୍ୟାକ୍ ଓ ରିଚାର୍ଜ ଦରବୃଦ୍ଧି ବିରୁଦ୍ଧରେ ବିକ୍ଷୋଭ

By Angul TV Bureau

December 28, 2021

ଅନୁଗୁଳ: ବର୍ଦ୍ଧିତ ମୋବାଇଲ୍ ଡାଟା ପ୍ୟାକ୍ ସହ ରିଚାର୍ଜ ଦେୟ ପ୍ରତ୍ୟାହାର କରିବା ଦାବିରେ ସୋମବାର ଜିଲ୍ଲା କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ମୋବାଇଲ୍ ଫୋନ୍ ସର୍ଭିସ୍ ପ୍ରୋଭାଇଡର ସଂସ୍ଥାଗୁଡିକ ଉପରେ ନିୟନ୍ତ୍ରଣ ପାଇଁ ଟେଲିକମ୍ ରେଗୁଲେଟୋରୀ ଅଥରିଟି ଅଫ୍ ଇଣ୍ଡିଆ(ଟ୍ରାଇ)କୁ ସକ୍ରିୟ ଓ ଜନସ୍ବାର୍ଥରେ ଭୂମିକା ପାଳନ ପାଇଁ ପଦକ୍ଷେପ ଗ୍ରହଣ କରିବା, ସରକାରୀ ଟେଲିଫୋନ୍‌ ସଂସ୍ଥା ବି ଏସ୍ଏନ୍ଏଲକୁ ବନ୍ଦ କରିବାର ଚକ୍ରାନ୍ତ ନକରି ବିଏସ୍ଏନ୍ଏଲ୍ ଯେପରି ସୁଲଭ ମୂଲ୍ୟରେ ଜନ୍ମିତ ସେବା ଯୋଗାଇ ପାରିବ ତାପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ଦାବିରେ ଏଆଇଡିୱାଇଓ ପକ୍ଷରୁ ପ୍ରତିବାଦ କରାଯାଇଥିଲା। ସଂଗଠନର ଆଞ୍ଚଳିକ କମିଟି ପକ୍ଷରୁ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବାସହ ଟେଲିକମ୍ ରେଗୁଲେଟୋରୀ ଅଥରିଟି ଅଫ ଇଣ୍ଡିଆର ଚେୟାରମ୍ୟାନ୍‌ଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ଵାଇଁଙ୍କୁ ପ୍ରଦାନ କରାଯାଇଛି। ଆଞ୍ଚଳିକ କମିଟି ସମ୍ପାଦିକା ଜ୍ୟୋସ୍ନା ସାମଲଙ୍କ ପରିସ୍ଖଳନାରେ ଅନୁଷ୍ଠିତ ବିକ୍ଷୋଭ ସଭାରେ ସଂଗଠନର ରାଜ୍ୟ ସଭାପତି ମାନସ ପାଳ, ଜିଲ୍ଲା ସଭାପତି ନିରଞ୍ଜନ ନାୟକ, ମଳୟ ବେହେରା ଓ ଏସୟୁସିଆଇ(କମ୍ୟୁନିଷ୍ଟ)ର ନବକିଶୋର ପ୍ରଧାନ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ।