ମୁଖ୍ୟ ଖବର

ପଞ୍ଜୀକୃତ ନିର୍ମାଣ ଶ୍ରମିକଙ୍କୁ ସହାୟତା ପ୍ରଦାନ: ୭୩୯ ଜଣଙ୍କୁ ମିଳିଲା ୪ କୋଟିରୁ ଊର୍ଦ୍ଧ୍ବ ଟଙ୍କା

By Angul TV Bureau

March 30, 2025

ଅନୁଗୁଳ: ଅନୁଗୁଳ ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ତରଫରୁ ଜିଲ୍ଲାପାଳ ଅବଦଲ ଏମ୍ ଅଖତରଙ୍କ ଉପସ୍ଥିତିରେ ପଞ୍ଜୀକୃତ ନିର୍ମାଣ ଶ୍ରମିକ/ମନୋନୀତ ବ୍ୟକ୍ତିଙ୍କୁ ସହାୟତା ପ୍ରଦାନ କରାଯାଇଛି। ଶିବିରରେ ୮୯ ଜଣ ଆବେଦନକାରୀଙ୍କୁ ୮,୩୪,୨୦୦ ଟଙ୍କା ଶିକ୍ଷା ସହାୟତା, ୫୧୭ ଜଣ ଆବେଦନକାରୀଙ୍କୁ ୨,୫୮,୨୫,୦୦୦ ଟଙ୍କା ବିବାହ ସହାୟତା,୧୫ ଜଣ ଆବେଦନକାରୀଙ୍କୁ ୧,୫୦,୦୦୦ ଟଙ୍କା ପ୍ରସୂତିକାଳୀନ ସହାୟତା, ୬୨ ଜଣ ମନୋନୀତ ବ୍ୟକ୍ତିଙ୍କୁ ୧,୩୮,୦୦,୦୦୦ ଟଙ୍କା ମୃତ୍ୟୁକାଳୀନ ସହାୟତା ଓ ୫୬ ଜଣ ମନୋନୀତ ବ୍ୟକ୍ତିଙ୍କୁ ୨,୮୦,୦୦୦ ଅନ୍ତୋଷ୍ଟି କ୍ରିୟା ସହାୟତା ସର୍ବ ମୋଟ ୭୩୯ ଜଣ ନିର୍ମାଣ ଶ୍ରମିକଙ୍କୁ ୪,୦୮,୮୯,୨୦୦ ଟଙ୍କା ପ୍ରଦାନ କରାଯାଇଛି।

ଏହି ଶିବିରରେ ଜିଲ୍ଲା ଶ୍ରମ ଅଧିକାରୀ (କଲ୍ୟାଣ) ଲିରିକା ରାୟ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କେ ଶ୍ରବଣ କୁମାର ପ୍ରମୁଖ କର୍ମଚାରୀ ଓ ନିର୍ମାଣ ଶ୍ରମିକ ଉପସ୍ଥିତ ଥିଲେ।