ମୁଖ୍ୟ ଖବର

ପାଳଲହଡ଼ାରେ ସ୍ୱାସ୍ଥ୍ୟ ସେବାକୁ ନେଇ ଜନଅସନ୍ତୋଷ: ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଶହ ଶହ ଆଦିବାସୀ

By Angul TV Bureau

June 23, 2026

ଅନୁଗୋଳ: ଅନୁଗୋଳ ଜିଲ୍ଲା ପାଳଲହଡ଼ା ଉପଖଣ୍ଡର ଜମରଡ଼ିହ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଏକ ଘରୋଇ ଏନଜିଓକୁ ହସ୍ତାନ୍ତର କରିବା ବିରୋଧରେ ଆନ୍ଦୋଳନ ଜାରି ରହିଛି। ଗତ ୨୨ ଦିନ ଧରି ସ୍ଥାନୀୟ ଲୋକେ ଧାରଣାରେ ବସିଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ସୁଫଳ ନମିଳିବାରୁ ସୋମବାର ଶହ ଶହ ଆଦିବାସୀ ମହିଳା ଓ ପୁରୁଷ ଏକ ବିଶାଳ ଶୋଭାଯାତ୍ରାରେ ଆସି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି।

ଅଭିଯୋଗ ଅନୁଯାୟୀ, ଜୁନ୍ ୧ରୁ ଏନଜିଓ ଦାୟିତ୍ୱ ନେବା ପରେ ଅନଭିଜ୍ଞ କର୍ମଚାରୀଙ୍କ ଦ୍ୱାରା ସ୍ୱାସ୍ଥ୍ୟକେନ୍ଦ୍ର ପରିଚାଳିତ ହେଉଛି ଏବଂ ଡାକ୍ତର ନିୟମିତ ରହୁନାହାନ୍ତି। ଏହାର ପ୍ରଭାବ ୧୫୦୦ ଛାତ୍ରଛାତ୍ରୀ ଓ ୭ ହଜାରରୁ ଊର୍ଦ୍ଧ୍ୱ ଗ୍ରାମବାସୀଙ୍କ ଉପରେ ପଡ଼ୁଛି। ଏହି ବିକ୍ଷୋଭରେ ପୂର୍ବତନ ସାଂସଦ ମହେଶ ସାହୁ ଓ ପୂର୍ବତନ ବିଧାୟକ ମୁକେଶ ପାଲ ସାମିଲ ହୋଇ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଶେଷରେ, ଉପଜିଲ୍ଲାପାଳ ଆଲୋଚନା ମାଧ୍ୟମରେ ସମାଧାନର ପ୍ରତିଶ୍ରୁତି ଦେଇଛନ୍ତି। ଦାବି ପୂରଣ ନହେଲେ ଆଗାମୀ ଦିନରେ ଅଖଚକ ବନ୍ଦ କରାଯିବ ବୋଲି ଚେତାବନୀ ଦିଆଯାଇଛି।