ଅନ୍ୟାନ୍ୟ

ସାର୍ବଜନୀନ ସ୍ବାସ୍ଥ୍ୟସେବା ଦିବସ ପାଳିତ: ସୁସ୍ଥ ସମାଜ ଗଠନ ପାଇଁ ସମସ୍ତେ ଯତ୍ନବାନ ହେବାକୁ ପରାମର୍ଶ

By Angul TV Bureau

December 12, 2023

ଅନୁଗୁଳ: ଆଜି ପୂର୍ବାହ୍ନରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସାର୍ବଜନୀନ ସ୍ବାସ୍ଥ୍ୟସେବା ଦିବସ ପାଳିତ ହୋଇଛି। ଏହି ଦିବସର ଚଳିତ ବର୍ଷର ବାର୍ତ୍ତା ହେଉଛି “ସଭିଙ୍କ ପାଇଁ ସ୍ବାସ୍ଥ୍ୟସେବା, ପଦକ୍ଷେପର ସମୟ ଏବେ”।

କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡ.ବିଶ୍ବବିହାରୀ ମହାନ୍ତି ଅଧ୍ୟକ୍ଷତା କରି ଆଗାମୀକାଲିର ସୁସ୍ଥ ସମାଜ ଗଠନ ଦିଗରେ ସମସ୍ତଙ୍କର ଭୂମିକା ରହିଛି। ଏଣୁ ସମସ୍ତେ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ। ପ୍ରତିଷେଧକ, ପ୍ରତିବଦ୍ଧକ ଓ ପ୍ରତିକାରାତ୍ମକ ପ୍ରାଥମିକ ସ୍ବାସ୍ଥ୍ୟସେବା ସମସ୍ତଙ୍କ ପାଇଁ, ସବୁ ସମୟରେ, ସବୁଠାରେ ସହଜରେ ଉପଲବ୍ଧ କରାଇବା ଆମ ସମସ୍ତଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟ ହେବା ଉଚିତ ବୋଲି ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡ. ଅନ୍ତର୍ଯ୍ୟାମୀ ମିଶ୍ର କହିଥିଲେ।

ଏହି ଅବସରରେ ସାର୍ବଜନୀନ ପ୍ରାଥମିକ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ସ୍ବାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ତାଳଚେରର ଧରମ୍ପୁର ଓ ସ୍ବାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ଛେଣ୍ଡିପଦାର ପାଟକୁମୁଣ୍ଡାକୁ ସମ୍ମାନିତ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡ.ପୂର୍ଣ୍ଣିମା ଉଦ୍ଗାତା, ଏପିଡେମୋଲୋଜିଷ୍ଟ ଡ. ବିନୋଦ କୁମାର ସାହୁ, ବିଭାଗୀୟ ଅଧିକାରୀ, ଆଶା କର୍ମୀ, ପାରାମେଡିକାଲ ଷ୍ଟାଫ୍ ପ୍ରମୁଖ ଯୋଗ ଦେଇଥିଲେ।