ମୁଖ୍ୟ ଖବର

ଶ୍ରୀନାରାୟଣୀ ଟିଭିଏସ୍‌ରେ ପୂଜା ଫେଷ୍ଟିଭାଲ୍ ବୋନାଞ୍ଜା ଅଫର୍‌ ଆରମ୍ଭ: ମନପସନ୍ଦ ଉପହାର ବାଛିବାର ସୁଯୋଗ

By Angul TV Bureau

October 12, 2026

ଅନୁଗୋଳ: ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଟିଭିଏସ୍‌ ମୋଟର କମ୍ପାନୀର ଅଧିକୃତ ବିକ୍ରେତା ଶ୍ରୀନାରାୟଣୀ ଟିଭିଏସ୍‌ ପକ୍ଷରୁ ସୋମବାର ପୂଜା ଫେଷ୍ଟିଭାଲ୍‌ ବୋନାଞ୍ଜା ଅଫର୍‌ର ଶୁଭାରମ୍ଭ କରାଯାଇଛି। ଏହି ଅଫର୍‌ ମାଧ୍ୟମରେ ଗ୍ରାହକମାନେ ଟିଭିଏସ୍‌ର ଯେକୌଣସି ଦୁଇଚକିଆ ଗାଡ଼ି କିଣିବା ସହ ଆକର୍ଷଣୀୟ ଉପହାର ପାଇବାର ସୁଯୋଗ ଲାଭ କରିପାରିବେ।

ଏହି ଅଫର୍‌ରେ ଟ୍ରଲି ବ୍ୟାଗ୍‌, ସ୍ମାର୍ଟ ୱାଚ୍‌, ଇୟରବଡ୍‌ସ, ପ୍ରେସର କୁକର୍‌ ଆଦି ବିଭିନ୍ନ ଉପହାର ରହିଛି। ଗ୍ରାହକମାନେ ନିଜ ମନପସନ୍ଦର ଉପହାର ବାଛିପାରିବେ। ଏଥିସହ ମାତ୍ର ୨୯୦୦ ଟଙ୍କା ଡାଉନ୍‌ପେମେଣ୍ଟରେ ଗାଡ଼ି ନେବାର ସୁବିଧା ମଧ୍ୟ ରହିଛି। ପୁରୁଣା ଗାଡ଼ି ବଦଳରେ ନୂଆ ଟିଭିଏସ୍‌ ଗାଡ଼ି କିଣିଲେ ୨୦୦୦ ଟଙ୍କାର ଏକ୍ସଚେଞ୍ଜ୍‌ ବୋନସ୍‌ ମିଳିବ। ଗ୍ରାହକମାନେ ନଗଦ ଅର୍ଥ କିମ୍ବା ଫାଇନାନ୍ସ ମାଧ୍ୟମରେ ଗାଡ଼ି କିଣିପାରିବେ।

ଏହି ଅବସରରେ ସଂସ୍ଥାର ସ୍ୱତ୍ତ୍ୱାଧିକାରୀ ଅମ୍ବିକା ପ୍ରସାଦ ଭଟ୍ଟ ପୂଜା ଅବସରରେ ଗ୍ରାହକମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଏହି ଆକର୍ଷଣୀୟ ଅଫର୍‌ର ସୁଯୋଗ ନେବାକୁ ଅନୁରୋଧ କରିଥିଲେ। ବର୍ତ୍ତମାନ ସୋରୁମ୍‌ରେ ବିଭିନ୍ନ ମଡେଲ୍‌ ଓ ରଙ୍ଗର ଗାଡ଼ି ଉପଲବ୍ଧ ରହିଛି। ପୂଜା ପୂର୍ବରୁ ଗାଡ଼ି ବୁକିଂ କଲେ ଗ୍ରାହକମାନେ ପୂଜା ସମୟରେ ନିଜ ଗାଡ଼ି ପାଇପାରିବେ ବୋଲି ସେ କହିଥିଲେ।