ଅନୁଗୁଳ: ଦୀର୍ଘ ଦିନର ବ୍ୟବଧାନ ପରେ ଅନୁଗୁଳରେ ଚନ୍ଦନ କାଠ ଚୋର ସକ୍ରିୟ ହୋଇଛନ୍ତି। ସୂଚନା ଯେ, ସୋମବାର ରାତିରେ ଲିଙ୍ଗରାଯୋଡ଼ି ଗୋଡ଼ିଢିପ ସାହି ବାସିନ୍ଦା ବାପୁ ରଥଙ୍କ ବାଡ଼ିରେ ଚୋର ମାନେ ପଶି ଏକ ବଡ଼ ଚନ୍ଦନ ଗଛ କାଟି ନେଇଛନ୍ତି। ଅନୁଗୁଳରେ ଚନ୍ଦନ ତସ୍କରଙ୍କ ଏକ ରାକେଟ କାମ କରୁଥିବା ଆଶଙ୍କା କରାଯାଉଥିବା ବେଳେ ଚୋରା ଚନ୍ଦନ କାଠକୁ କଟକ, କେନ୍ଦ୍ରାପଡ଼ା, ପୁରୀ ଭଳି ଉପକୂଳବର୍ତ୍ତୀ ଜିଲ୍ଲାକୁ ଚାଲାଣ କରାଯାଉଥିବା ଅଭିଯୋଗ ହେଉଚି ।