ଘଟଣା ଓ ଦୁର୍ଘଟଣା

ବ୍ୟାଙ୍କରୁ ଟଙ୍କା ଉଠାଇ ଫେରିବା ବେଳେ ଝାମ୍ପିନେଲେ ବାଇକ ଲୁଟେରା, ୩୫ ହଜାର ହରାଇ ଥାନାରେ ମହିଳା

By Angul TV Bureau

November 22, 2023

ନାଲକୋ ନଗର: ନାଲକୋ ଥାନା ଅଧୀନ ଏସବିଆଇ ସିପିପି ବ୍ୟାଙ୍କ୍ ଶାଖାରୁ ପଇସା ଉଠାଇ ଆସୁଥିବା ମହିଳାଙ୍କଠୁ ଟଙ୍କା ବ୍ୟାଗ ଝାମ୍ପି ନେଲେ ଦୁର୍ବୃତ୍ତ। ସୂଚନା ମୁତାବକ, ଜଣେ ମହିଳା ବ୍ୟାଙ୍କରୁ ୩୫ ହଜାର ଟଙ୍କା ଉଠାଇ ଘରକୁ ଆସୁଥିବା ବେଳେ ସିଆଇଏସଏଫ ବାରାକ୍ ସମ୍ମୁଖରେ ପଛରୁ ଏକ ବାଇକରେ ଆସି ଦୁଇ ଯୁବକ ବ୍ୟାଗ ଝାମ୍ପି ନେଇଛନ୍ତି। ମହିଳା ଚିତ୍କାର କରିଥିଲେ ମଧ୍ୟ ବାଇକ ଲୁଟେରାଙ୍କୁ ଅଟକାଇ ପାରି ନ ଥିଲେ। ଏନେଇ ଥାନାରେ ଅଭିଯୋଗ ପରେ ନାଲକୋ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି।