ଅନ୍ୟାନ୍ୟ

ହିଙ୍ଗୁଳା ପୀଠରେ ଦଶମ ଜିଲ୍ଲାସ୍ତରୀୟ ପୁରାଣ ପ୍ରତିଯୋଗିତା ଆୟୋଜିତ

By Angul TV Bureau

June 15, 2022

ତାଳଚେର: ରଜ ସଂକ୍ରାନ୍ତି ଅବସରରେ ତାଳଚେର ଗୋପାଳପ୍ରସାଦସ୍ଥିତ ମା ହିଙ୍ଗୁଳା ପୀଠରେ ଦଶମ ଜିଲ୍ଲାସ୍ତରୀୟ ପୁରାଣ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ମା’ ହିଙ୍ଗୁଳା ପୀଠ ଉନ୍ନୟନ ପରିଷଦ ଆନୁକୂଲ୍ୟରେ ଆୟୋଜିତ ଏହି ପ୍ରତିଯୋଗିତାରେ ପରିଷଦର ସମ୍ପାଦକ ତଥା ବରିଷ୍ଠ ଶିକ୍ଷାବିତ୍ ଜଗନ୍ ମୋହନ ଗଡ଼ନାୟକ ଅଧ୍ୟକ୍ଷତା କରିଥିଲେ। ମୁଖ୍ୟ ଅତିଥି ଭାବରେ ଏମ୍‌ସିଏଲ୍ ହିଙ୍ଗୁଳା କ୍ଷେତ୍ରର ମହାପ୍ରବନ୍ଧକ ଅରୁଣ କୁମାର ସ୍ଵର୍ଣ୍ଣକାର ପ୍ରଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଲୁପ୍ତ ହୋଇଯାଉଥିବା ଆମ ପ୍ରାଚୀନ ସଂସ୍କୃତି ଓ ପରମ୍ପରାକୁ ବଞ୍ଚାଇବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ସମ୍ମାନିତ ଅତିଥି ଭାବରେ ମା’ ହିଙ୍ଗୁଳା ପୀଠ ଉନ୍ନୟନ ପରିଷଦର ସଭାପତି ତଥା ବରିଷ୍ଠ ଶ୍ରମିକ ନେତା ସୌଭାଗ୍ୟ ଚନ୍ଦ୍ର ପ୍ରଧାନ, ଶିକ୍ଷାବିତ୍ ଡ. ପ୍ରଶାନ୍ତ କୁମାର ରଥ, ଧନେଶ୍ବର ସାହୁ, ଉତ୍କଳୀୟ ଦଣ୍ଡ ସଂସ୍କୃତି ସମାଜ ମଙ୍ଗଳ ସଂଘର ସଭାପତି ହରମୋହନ ସାହୁ, ପବିତ୍ରପଥ ପତ୍ରିକାର ସମ୍ପାଦକ ସଦାନନ୍ଦ ପ୍ରଧାନ, କୃଷ୍ଣ ଚରଣ ସାହୁ, ହିଙ୍ଗୁଳା କୋଇଲା ଖଣିର ପ୍ରକଳ୍ପ ଅଧିକାରୀ ଅଜୟ କୁମାର ସିଂହ ପ୍ରମୁଖ ଯୋଗଦାନ କରିଥିଲେ।

ଏହି ପ୍ରତିଯୋଗିତାରେ ବଡତ୍ରିବିଡା, ସାନତ୍ରିବିଡା, ବଡ ସିଂହଡା, ଧୋବାପାଳ, ବ୍ରଜନାଥପୁର, ଭୁଇଁପୁର, ପଥରମୁଣ୍ଡା, ଗୋବରା, ପୁରକିଆ, କଙ୍କିଳି, ବଡଯୋରଡା, ସାନକଞ୍ଜନୀ, ସିରିଗିତା, କରଡା, ଲକେଇପଶି, ସାନ ଯୋରଡା, ଡାକୁଆ ପ୍ରମୁଖ ଅଠରଟି ଦଳ ଅଂଶଗ୍ରହଣ କରିଥିଲେ। ବିଚାରକ ଦାୟିତ୍ୱରେ ଗବେଷକ ବିଭୂତି ଭୂଷଣ ସାହୁ ଓ ମଞ୍ଚ ଅଭିନେତା ହେମନ୍ତ ଦାସ ଥିଲେ। ଅରୁଣ କୁମାର ଗଡ଼ନାୟକ, ରାହାସ ଚନ୍ଦ୍ର ବିଶ୍ବାଳ, ଅନୀତା ପାଣି, ସୁଶିଲ କୁମାର ପ୍ରଧାନ, ଦିଲ୍ଲୀପ ଦାସ, ସଂଯୁକ୍ତା ସାହୁ, କରୁଣାକର ବାଇ ପ୍ରମୁଖ ମଞ୍ଚ ପରିଚାଳନା କରିଥିଲେ। ଅଶୋକ କୁମାର ସ୍ବାଇଁ ଓ ତ୍ରିନାଥ ସାହୁ ସ୍କୋରର୍ ଦାୟିତ୍ବ ନିର୍ବାହ କରିଥିଲେ।

ପ୍ରତିଯୋଗିତାରେ ସାନ ଯୋରଡା ପ୍ରଥମ ସ୍ଥାନ, ବଡ ସିଂହଡା ଦ୍ବିତୀୟ ସ୍ଥାନ ଓ ବଡ ଯୋରଡା ଦଳ ତୃତୀୟ ସ୍ଥାନ ଅଧିକାର କରିଥିଲେ। ସମସ୍ତ ପ୍ରତିଯୋଗୀମାନଙ୍କୁ ମାନପତ୍ର ସହ ଟ୍ରଫି ଓ ଆଧ୍ୟାତ୍ମିକ ପୁସ୍ତକ ଉପହାର ଦିଆଯାଇଥିଲା। ସମାଜସେବୀ ବିଭୂତି ଭୂଷଣ ସ୍ୱାଇଁ, ତେତ୍ରାନନ୍ଦ ସାମନ୍ତ, ବିଭୂତି ଭୂଷଣ ସାମଲ, ଶିକ୍ଷାବିତ୍ ଦୈତାରୀ ସାହୁ, ଦୁଃଖବନ୍ଧୁ ସାହୁ, ନେଙ୍ଗୁରୀ ସାମଲ, ଗୋବର୍ଦ୍ଧନ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।