ଅନୁଗୁଳ: ଅନୁଗୁଳରେ ପହଞ୍ଚିଲା ପୁରୀ ଶ୍ରୀଜଗନ୍ନାଥଙ୍କ ପରିକ୍ରମା ପ୍ରକଳ୍ପ ମେଢ଼। ଆସନ୍ତା ୧୭ରେ ପୁରୀରେ ହେବାକୁ ଥିବା ନାମଯଜ୍ଞ ପାଇଁ ଗୁଆ ଓ ଚାଉଳ ନିବେଦନ ଘରେ ଘରେ ପହଞ୍ଚାଇବା ଉଦ୍ଦେଶ୍ୟରେ ବାହାରିଥିବା ଏହି ମେଢ଼କୁ ସ୍ଥାନୀୟ କିଶୋର ନଗର ବ୍ଲକ୍ ନୁନୁକାପଶି ଗ୍ରାମ ପଂଚାୟତ ଅନ୍ତର୍ଗତ କଦଳିମୁଣ୍ଡା ଗ୍ରାମରେ ପହଞ୍ଚିଛି। ଏହି ଶୋଭାଯାତ୍ରା ତ୍ରିନାଥମନ୍ଦିରରୁ ବାହାରି କଦଳୀ ମୁଣ୍ଡା, ଗୋବିନ୍ଦପୁର, ଶିକ୍ଷକପଡା, ଆନନ୍ଦ ମୁଣ୍ଡା, ସରଧମୁଣ୍ଡା, ବଇଣ୍ଡା ଠାରେ ପହଞ୍ଚିବା ପରେ ଶ୍ରଦ୍ଧାଳୁ ମାନେ ସ୍ଵାଗତ କରିବା ସହିତ ଭୋଗ ଅର୍ପଣ କରିଥିଲେ।
ଏହି ଅବସରରେ ନୁନୁକାପଶୀ ସରପଞ୍ଚ ଦୀପ୍ତିମୟୀ ସାହୁ , ସରପଞ୍ଚଙ୍କ ପ୍ରତିନିଧି ମାନସ ରଞ୍ଜନ ସାହୁ, ନାଏବ୍ ସରପଞ୍ଚ ସୁମନ୍ତ ବେହେରା, କିଶୋର ନଗର ବ୍ଲକ୍ ଅଧ୍ୟକ୍ଷା ଶୋରେନ୍ଦ୍ରୀ ପ୍ରଧାନ, କବି ପ୍ରଧାନ, ଯୁବ ସମାଜ ସେବୀ ଅରୁଣ ସାହୁ, ତପନ ସାହୁ, ଗତିକୃଷ୍ଣ ପ୍ରଧାନ, ଦିବାକର ବିଶ୍ଵାଳ, ପ୍ରସନ୍ନ ବେହେରା ପ୍ରମୁଖ ମେଢ଼କୁ ପାଛୋଟି ନେଇ ସଂକୀର୍ତ୍ତନ ମାଧ୍ୟମରେ ଗ୍ରାମ ପରିକ୍ରମା କରାଇଥିଲେ।