ମୁଖ୍ୟ ଖବର

ମିଳିଲା ପୂର୍ଣ୍ଣିମାଙ୍କ ମୃତଦେହ: ଗାଧୋଇବା ବେଳେ କେନାଲରେ ଭାସିଯାଇଥିଲେ

By Angul TV Bureau

September 18, 2024

ଅନୁଗୁଳ: ଉଦ୍ଧାର ହେଲା କେନାଲରେ ଗାଧୋଇଲା ବେଳେ ଭାସିଯାଇ ନିଖୋଜ ଥିବା ମହିଳାଙ୍କ ମୃତଦେହ। ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ବୁଢ଼ାପଙ୍କ ଗ୍ରାମର ଅଶୋକ ସାମଲଙ୍କ ସ୍ତ୍ରୀ ପୂର୍ଣ୍ଣିମା (୨୨) ଆଜି ସକାଳେ ସମ୍ପର୍କୀୟଙ୍କ ସହ ସକାଳେ କେନାଲରେ ଗାଧୋଇବା ବେଳେ ଭାସି ଯାଇଥିଲେ। ବହୁ ସମୟ ଖୋଜାଖୋଜି କରିବା ପରେ ଗାଁ ଲୋକ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗର କର୍ମଚାରୀ ଓ ଓଡ୍ରାଫ୍ ଟିମ ମିଳିତ ଅପରେସନ କରି ଦୀର୍ଘଘଣ୍ଟା ପରେ ମହିଳାଙ୍କ ମୃତଦେହ ଉଦ୍ଧାର କରିଛି। ପୋଲିସ ପହଞ୍ଚି ମୃତ ଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହିଁ ଘଟଣାକୁ ନେଇ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।