ଅନୁଗୁଳ: ସରକାରୀ ଓକିଲ ଭାବେ ନିଯୁକ୍ତ ହୋଇଛନ୍ତି ଅନୁଗୁଳ ଜିଲ୍ଲା ଓକିଲ ସଂଘର ସହ ସମ୍ପାଦକ ତଥା ଭାରତୀୟ ଜନତା ପାର୍ଟି ଯୁବମୋର୍ଚ୍ଚାର ଜିଲ୍ଲା ଉପ ସଭାପତି ପୁରୁଷୋତ୍ତମ ନାୟକ। ଏହି ନିଯୁକ୍ତି ପାଇଁ ସେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅନୁଗୁଳର ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ (ନିଲୁ ଭାଇ)ଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ଆଗକୁ ସମାଜର ସମସ୍ତ ଶ୍ରେଣୀର ଲୋକେ କେମିତି ଉଚିତ୍ ନ୍ୟାୟ ପାଇ ପାରିବେ ସେଥି ନିମନ୍ତେ କାର୍ଯ୍ୟ କରିବେ ବୋଲି ସୂଚନା ଦେଇଛନ୍ତି ଶ୍ରୀ ନାୟକ।