ମୁଖ୍ୟ ଖବର

ଅତ୍ୟାଧୁନିକ ଡେଣ୍ଟାଲ ଓ ଫେସିଆଲ କ୍ଲିନିକ୍ ପୁଷ୍ପା ଗ୍ଲୋଡେଣ୍ଟ ଉଦଘାଟିତ

By Biswaranjan Pattnaik

August 24, 2026

ଅନୁଗୋଳ: ଅନୁଗୋଳ ହରିମହୁରି ଛକରେ ଅତ୍ୟାଧୁନିକ ଡେଣ୍ଟାଲ ଓ ଫେଶିଆଲ ସର୍ଜରୀ କ୍ଲିନିକ୍ ପୁଷ୍ପା ଗ୍ଲୋଡେଣ୍ଟ ଉଦଘାଟିତ ହୋଇଯାଇଛି। ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଏହି କ୍ଲିନିକ୍ ଉଦଘାଟନ କରି କ୍ଲିନିକ୍ ସହର ବାସୀଙ୍କୁ ଉପଯୁକ୍ତ ସେବା ଯୋଗାଇଦେବ ବୋଲି କହିଥିଲେ।

ସମ୍ମାନିତ ଅତିଥି ରୂପେ ହାଇଟେକ୍ ଡେଣ୍ଟାଲ କଲେଜ ମୁଖ୍ୟ ସଂଗ୍ରାମ ପାତ୍ର ଏବଂ ଡ଼ା ଶୁଭ୍ରଜିତ୍ ରାଉତ୍ ଯୋଗ ଦେଇ ଏହି କ୍ଲିନିକରେ ହେବାକୁ ଥିବା ବିଭିନ୍ନ ଅତ୍ୟାଧୁନିକ ସର୍ଜରୀ ସମ୍ପର୍କରେ କହିଥିଲେ।ଅନୁଗୋଳ ମେଡିକାଲର ଏଡିଏମଓ ଡ଼ା ଦିଲୀପ ପଟ୍ଟନାୟକ ମଧ୍ୟ ସମ୍ମାନିତ ଅତିଥି ରୂପେ ସମାରୋହରେ ଯୋଗ ଦେଇଥିଲେ। କ୍ଲିନିକ୍ ର ପରିଚାଳକ ଶକ୍ତି ପ୍ରସାଦ ସାହୁ ମଧ୍ୟ କ୍ଲିନିକ୍ ର ଚିକିତ୍ସା ପଦ୍ଧତି ଓ ସେବା ଉପରେ ଆଲୋକପାତ କରିଥିଲେ। ଡ଼ା ଶକ୍ତିଙ୍କ ପିତା ଡ଼ା ନୀଳକଣ୍ଠ ସାହୁ ଅତିଥି ମାନଙ୍କୁ ସ୍ୱାଗତ କରିଥିଲେ।

ଏହି କ୍ଲିନିକ୍ ରେ ଅତ୍ୟାଧୁନିକ ଡେଣ୍ଟାଲ ସର୍ଜରୀ,ରୁଟ୍ କେନାଲ ଟ୍ରିଟମେଣ୍ଟ,ଓରାଲ କ୍ୟାନ୍ସର ଡିଟେକ୍ସନ, ଟୁଥ ଇମ୍ପ୍ଲାଣ୍ଟ, ଫେଶିଆଲ୍ ସର୍ଜରୀ,କଳାଦାଗ, ଭାତୁଡ଼ି,ମୋଲ ଆଦି ସମସ୍ୟାର ସମାଧାନ କରାଯିବ। ସେହିଭଳି ମହିଳାମାନଙ୍କ ବିଭିନ୍ନ ପ୍ରକାରର ଆସ୍ଥେଟିକ ସର୍ଜରୀ ତଥା ପ୍ଲାଷ୍ଟିକ ସର୍ଜରୀ ଦ୍ୱାରା ଫେସିଆଲ୍ ସିମେଟ୍ରିରେ ପରିବର୍ତ୍ତନ ଆଦି କରାଯିବ। ମୁଖ ମଣ୍ଡଳର ସୋନ୍ଦର୍ଯ୍ୟ ପାଇଁ ବିଭିନ୍ନ ସର୍ଜିକାଲ ପ୍ରକ୍ରିୟା ଅବଲମ୍ବନ କରି ଅଧିକ ସୁନ୍ଦରପଣ କରାଯାଇଥାଏ। ମୁମ୍ବାଇର ବିଶିଷ୍ଟ ଡାକ୍ତର ଡ଼ା ଅରୁଣ ପଣ୍ଡା ଏହି ଚିକିତ୍ସାର ଅନଲାଇନ୍ ପରାମର୍ଶ ଦେବେ ବୋଲି କ୍ଲିନିକ୍ ତରଫରୁ ସୂଚନା ଦିଆଯାଇଛି। ଏଥିପାଇଁ କ୍ଲିନିକ୍ ରେ ଅତ୍ୟାଧୁନିକ ଅସ୍ତ୍ରୋପଚାର ପାଇଁ ବିଭିନ୍ନ ଉପକରଣ ଓ ମେସିନ୍ ର ବ୍ୟବସ୍ଥା ରହିଛି। ସେହିଭଳି ଚନ୍ଦା ମୁଣ୍ଡରେ କେଶ ରୋପଣର ବ୍ୟବସ୍ଥା ମଧ୍ୟ ରହିଛି।

ଅନୁଗୋଳ ଜିଲ୍ଲା ବାସୀ ସେମାନଙ୍କ ସ୍ୱାସ୍ଥ୍ୟ ଗତ ସମସ୍ୟାର ସମାଧାନ ପାଇଁ ସୁଲଭ ଦରରେ ଉପରୋକ୍ତ ଚିକିତ୍ସା ସୁବିଧା ପାଇପାରିବେ।