ଅନୁଗୁଳ: ଅନୁଗୁଳ ଜିଲ୍ଲା ମହୀଧରପୁର ପଞ୍ଚାୟତ ଅନ୍ତର୍ଗତ ଶାଳଗାଁ ପ୍ରାଥମିକ ବିଦ୍ୟାଳୟରୁ ବୁଧବାର ଏକ ବିରାଟ ଅଜଗର ସାପ ଉଦ୍ଧାର ହୋଇଛି। ସୂଚନା ମୁତାବକ, ଆଜି ଅପରାହ୍ନରେ ଶାଳଗାଁ ପ୍ରାଥମିକ ବିଦ୍ୟାଳୟର ଏକ କକ୍ଷରେ ସାପ ଥିବା ଜଣେ ଶିକ୍ଷକ ଦେଖିଥିଲେ। ସେ ଉଦ୍ଧାରକାରୀ ଦଳଙ୍କୁ ଯୋଗାଯୋଗ କରିଥିଲେ। ଖବର ପାଇ ବନ୍ତଳା ଅଞ୍ଚଳର ସର୍ପମିତ୍ର ସୌଭାଗ୍ୟ ସାହୁ ପହଞ୍ଚି ବିଦ୍ୟାଳୟରୁ ସାପକୁ ସୁରକ୍ଷିତ ଉଦ୍ଧାର କରିଥିଲେ। ସାପର ଲମ୍ବ ପାଖାପାଖି ୮ ଫୁଟର ଅଧିକ ହେବ। ସାପକୁ ପ୍ରାକୃତିକ ଆବାସସ୍ଥଳୀରେ ସୁରକ୍ଷିତ ଛଡ଼ା ଯାଇଥିବା ସୂଚନା ମିଳିଛି।