ଅନୁଗୁଳ: ଆଜି ଦିନ ବେଳା ତୁରଙ୍ଗ,ଦୁର୍ଗା ବିହାର ସ୍ଥିତ ଆର୍ କେ ପଟ୍ଟନାୟକଙ୍କ ଘରେ ଗୋଟେ ବଡ଼ ଅଜଗର ପଶି ଯାଇଥିଲା।ଭୟଭୀତ ପରିବାର ଲୋକେ ସର୍ପ ମିତ୍ର ଆଦିତ୍ୟ ବେହେରା,ପିଣ୍ଟୁ ବେହେରା ଏବଂ ବିଜୁ ଭୋଇଙ୍କୁ ଡାକିଥିଲେ। ସେମାନେ ତତକାଳ ପହଞ୍ଚି ୮ ଫୁଟ ଲମ୍ବର ଅଜଗରଟିକୁ ଉଦ୍ଧାର କରିଥିଲେ।
ଏହାପରେ ରେଞ୍ଜ ଅଫିସର ହରମୋହନ ନାୟକଙ୍କ ତତ୍ତ୍ୱାବଧାନରେ ସାପଟିକୁ ପାଖ ଜଙ୍ଗଲରେ ଛଡ଼ା ଯାଇଥିଲା।