ଅନ୍ୟାନ୍ୟ

ଜିଲ୍ଲାରେ ଟୀକାକରଣର ତ୍ରୈମାସିକ ସମୀକ୍ଷା ବୈଠକ

By Biswaranjan Pattnaik

August 03, 2025

ଅନୁଗୁଳ: ଅନୁଗୁଳ ମେଡିକାଲ ଟ୍ରେନିଂ ହଲରେ ଜିଲ୍ଲା ସ୍ବାସ୍ଥ୍ୟ ସମିତି ପକ୍ଷରୁ ଟୀକାକରଣ ନେଇ ତ୍ରୈମାସିକ ସମୀକ୍ଷା ବୈଠକ ଆୟୋଜିତ ହୋଇଥିଲା। ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ା ମଦନ ମୋହନ ପ୍ରଧାନଙ୍କ ସଭାପତିତ୍ବରେ ଆୟୋଜିତ ଏହି ବୈଠକ ରେ ସମସ୍ତ ଉପଖଣ୍ଡ ଓ ସିଏଚସି ଗୁଡ଼ିକର ଭାରପ୍ରାପ୍ତ ଅଧିକାରୀ ଓ କର୍ମଚାରୀମାନେ ଯୋଗ ଦେଇଥିଲେ।ବିଭିନ୍ନ ବୟସ ଅନୁପାତରେ ଜିଲ୍ଲାରେ ନିୟମିତ ଟୀକାକରଣ ର ସ୍ଥିତି ,ଷ୍ଟକ୍, ଟୀକା ଚାଲାଣ ଆଦି ଉପରେ ବିସ୍ତୃତ ଆଲୋଚନା ହୋଇଥିଲା।

ନିର୍ଦ୍ଧାରିତ ସମୟରେ ଟୀକା ମହଜୁଦ ରଖିବା,ସେସବୁକୁ ନିରାପଦରେ ରଖିବା ପାଇଁ କୋଲ୍ଟ ଚେନ ବଜାୟ ରଖିବା, ଟୀକା ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ ଲଜିଷ୍ଟିକ ସୁବିଧା ଆଦି ଉପରେ ଆଲୋଚନା ହୋଇଥିଲା। ଟୀକା ଯଥା ସମୟରେ ନେଲେ ମା ଓ ଶିଶୁ ପ୍ରତି ଏହା କିଭଳି ଉପାଦେୟ ହୋଇଥାଏ ସେ ସମ୍ପର୍କରେ ସିଡିଏମଓ ଡ଼ା ପ୍ରଧାନ ସ୍ବାସ୍ଥ୍ୟ କର୍ମଚାରୀ ମାନଙ୍କୁ ବୁଝାଇଥିଲେ।